ଫେକ ଆକାଉଣ୍ଟ କରି ଅଶ୍ଳୀଳ ଫଟୋ ଭାଇରାଲ କଲା, ରାତି ଅଧରେ ଘରୁ ଉଠାଇନେଲେ ପୁଲିସ

ରାଉରକେଲା : ବହୁଦିନ ଧରି କରିଆସୁଥିବା ଲଜ୍ଜ୍ୟଜନକ କାଣ୍ଡ ଶେଷରେ ଫସର ଫାଟିଲା | ଜଣେ ଯୁବକ ଫେସବୁକରେ ଫେକ ଆକାଉଂଟ କରି ଯୁବତୀମାନଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିବାରୁ ରାଉରକେଲା ସାଇବର କ୍ରାଇମ ପୋଲିସ ଆଜି ଗିରଫ କରିଥିବା ସୂଚନା ମିଳିଛି | ଗିରଫ ଯୁବକ ଜଣକ ହେଉଛନ୍ତି କିଞ୍ଜିରିକେଲା ଅନ୍ତର୍ଗତ ଖମାରିମୁଣ୍ଡା ଗ୍ରାମର ପ୍ରଦୀପ ତିର୍କୀ । ସେ ଗୋଆରେ ଏକ ମହମବତି କାରଖାନାରେ କାମ କରନ୍ତି । ସୁଚନା ମୁତାବକ, ରାଉରକେଲାର ଜଣେ ଯୁବତୀଙ୍କ ସହ ତାଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା । କିଛି ଦିନ ପରେ ପ୍ରଦୀପ ସେ ଯୁବତୀଙ୍କ ଫଟୋକୁ ଅଶୋଭନୀୟ କରି ତାଙ୍କ ଆଇଡିକୁ ପୋଷ୍ଟ୍ କରୁଥିଲେ । ଅକ୍ଟୋବର ୪ ତାରିଖ ଦିନ ପୋଷ୍ଟ୍ କରିଥିବା ଏକ ଅରୁଚିକର ଫଟୋ ଦେଖି ଯୁବତୀ ଜଣକ ବିବ୍ରତ ହୋଇ ତିର୍କୀଙ୍କୁ କହିଲେ କି, ସେ ତାଙ୍କର ଆଇଡି ବ୍ଲକ୍ କରିଦେବେ । ତିର୍କୀ ପାଲଟା ଧମକ ଦେଇ କହିଲେ ଯେ ତେବେ ସେ ସୋସିଆଲ୍ ମିଡିଆରେ ତାଙ୍କର ଏହି ସବୁ ଫଟୋ ଅପ୍ଲୋଡ୍ କରିଦେବେ ବୋଲି ଧମକାଇ ଥିଲେ । ଶେଷରେ ଉକ୍ତ ଯୁବତୀ ଅକ୍ଟୋବର ୫ ତାରିଖରେ କିଞ୍ଜିରିକେଲା ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ରାତିରେ ପୁଲିସ ଯୁବକଙ୍କୁ ତାଙ୍କ ଖମାରିମୁଣ୍ଡା ଗାଁ ଘରୁ ଉଠାଇ ନେଇଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି । ତେବେ ପ୍ରଦୀପକୁ ଆଇପିସିର ଧାରା ୩୫୪,୪୬୫, ୪୬୯, ୫୦୦ ଓ ୬୬(ଗ), ୬୭ ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଉଲ୍ଲେଖ ଥାଉ କି, ରାଉରକେଲା ବେଦବ୍ୟାସ ଅଂଚଳର ସଂପକ୍ତ ଯୁବତୀମାନଙ୍କୁ କିଭଳି ଅଭିଯୁକ୍ତ ପ୍ରଦୀପ ବ୍ଲାକମେଲିଂ କରିଆସୁଥିଲା ଏବଂ ଫେସବୁକରେ ନଗ୍ନ ଫଟୋ ପଠେଇବାକୁ ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଜଣେ କି ଦୁଇ ଜଣ ନୁହେଁ, ବହୁ କଲେଜ ପଢୁଆ ଝିଅ ଏବଂ ଯୁବତୀଙ୍କ ଫଟୋକୁ ଅତି ବିକୃତ କରି ଫେସବୁକରେ ଅପଲୋଡ କରୁଥିଲା ଅଭିଯୁକ୍ତ । ଅଭିଯୋଗ ଦାଖଲ କରିବାର ମାସ ଭିତରେ ଅଭିଯୁକ୍ତ ଧରା ପଡିଥିବାରୁ ସେମାନେ ସନ୍ତୋଷ ପ୍ରକଟ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଉକ୍ତ ଯୁବତୀମାନେ ।