ଅଦ୍ଭୁତ ଯୁବକ, ୩ଟି ଗାର୍ଲ ଫ୍ରେଣ୍ଡର ଖର୍ଚ୍ଚ ଉଠାଇବା ପାଇଁ ଚୋରିର ବାଟ ଆପଣାଲା, ଦେଖନ୍ତୁ କିଏ ସେ…

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଗୋବିନ୍ଦପୁରୀ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି | ଜଣେ ୨୧ ବର୍ଷ ଯୁବକ ନିଜର ତିନୋଟି ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ଲାଗି ଚୋରି କରୁଥିବାର ଅଭିଯୋଗ ହୋଇଛି | ତେବେ ଚୋରି କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ମିଳିଛି | ଉକ୍ତ ଯୁବକ ଜଣଙ୍କ ହେଲେ ରୋହନ ଗିଲ | ପେଶାରେ ସେ ଜଣେ ଡ୍ୟାନ୍ସର | ସେ ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରନ୍ତି | ତେବେ ସେଥିରୁ ସେ ଯେତିକି ପାଉଣା ପାଆନ୍ତି ତାହା ୩ ଟି ଗାର୍ଲ ଫ୍ରେଣ୍ଡ ଚଲେଇବା ପାଇଁ ଯଥେଷ୍ଟ ନୁହେଁ | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ | ଯୁବକଙ୍କ ୩ଟି ଗାର୍ଲ ଫ୍ରେଣ୍ଡ | ତେବେ ୩ଟି ଗାର୍ଲ ଫ୍ରେଣ୍ଡଙ୍କ ଖର୍ଚ୍ଚ ଠିକ ଭାବେ ବହନ କରିବାପାଇଁ ଯୁବକ ଜଣକ ଲୋକଙ୍କ ଟଙ୍କା ଲୁଟିବା ଆରମ୍ଭ କରିଦେଇଥିଲେ | ଗତ ଗୁରୁବାର ଦିନ ଡ୍ୟାନ୍ସର ଜଣକ ଏକ ଅଟୋ ଡ୍ରାଇଭରଙ୍କ ଠାରୁ ଟଙ୍କା ଛଡ଼େଇବାବେଳେ ପୋଲିସ ହାତରେ ଧରାପଡିଥିଲା | ଡିସିପି ଚିନ୍ମୟ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ବୁଧବାର ରାତିରେ ରାହୁଲ ନାମକ ଜଣେ ଅଟୋ ଡ୍ରାଇଭର ରାସ୍ତାରେ ଯାତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିବା ସମୟରେ ନିଜ ପର୍ସ କାଢି ଟଙ୍କା ଗଣୁଥିଲେ, ସେତେବେଳେ ଉକ୍ତ ଯୁବକ ହଠାତ ଆସି ଅଟୋ ଡ୍ରାଇଭର ଠାରୁ ତାଙ୍କ ପର୍ସ ଛଡାଇନେଇ ଘଟଣାସ୍ଥଳରୁ ଦଉଡି଼ ପଳାଇଥିଲା | ତେବେ ଅଟୋ ଡ୍ରାଇଭର ପାଟିକରିଥିଲେ | ସେତେବେଳେ ଆଖପାଖ ଅଂଚଳରେ ପୋଲିସ ପାଟ୍ରୋଲିଂ ଚାଲିଥିଲା | ଅଟୋ ଡ୍ରାଇଭରଙ୍କ ପାଟି ଶୁଣି ପୋଲିସ ରୋହନକୁ କାବୁ କରିବାକୁ ସକ୍ଷମ ହୋଇଥିଲା | ଅଟୋ ଡ୍ରାଇଭରଙ୍କ ପର୍ସରୁ ୧୯୦୦ ଟଙ୍କା ପୋଲିସ ଜବତ କରିଥିଲା ଏବଂ ଅଟୋ ଡ୍ରାଇଭରଙ୍କୁ ତାଙ୍କ ଟଙ୍କା ଫେରିଦେଇଥିଲା | ଏହାସହ ରୋହନଙ୍କ ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଥିଲା | ପୋଲିସ ରୋହନକୁ ଗିରଫ କରି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା | ତେବେ ରୋହନ କହିଥିଲା ଯେ, ତାର ୩ଟି ଗାର୍ଲ ଫ୍ରେଣ୍ଡ ଅଛନ୍ତି ଏବଂ ୩ଟି ଗାର୍ଲ ଫ୍ରେଣ୍ଡଙ୍କୁ ମେନେଜ କରିବା ତା ପାଇଁ ସହଜ ହେଉନାହିଁ | ସେଥିପାଇଁ ସେ ଚୋରି କରି ଟଙ୍କା ଉପାର୍ଜନ କରିବାର ସହଜ ଉପାୟ ବାଛିନେଇଥିଲା | ପୋଲିସ ତଦନ୍ତ ପରେ ଜାଣିବାକୁ ଯେ, ପୂର୍ବରୁ ରୋହନ ନାଁରେ ୪ଟି ଅପରାଧିକ ମାମଲା ମଧ୍ୟ ରହିଛି | ଏଥିପାଇଁ ସେ ୪ଥର ଗିରଫ ମଧ୍ୟ ହୋଇଥିଲା |