ସମ୍ପର୍କରେ ଲାଗିଲା ନିଆଁ, ସାନ ଭାଇକୁ ହାଣିଲା ବଡ ଭାଇକୁ…

ବାଲେଶ୍ୱର: ସମ୍ପର୍କରେ ଲାଗିଲା ନିଆଁ | ଜମି ଲାଗି ଭାଇକୁ ହାଣିଲା ଭାଇ | ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଅଚଂଳର ରଟିଣା ଗାଁରେ | ଜମି ବିବାଦକୁ ନେଇ ସାନଭାଇ ବଡଭାଇକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଛି । ବଡଭାଇକୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ଅଭିଯୁକ୍ତ ସାନଭାଇ ଫେରାର ହୋଇଯାଇଛି । ସୂଚନାନୁସାରେ, ଖଇରା ଅଚଂଳର ରଟିଣା ଗାଁରେ କିଛି ଦିନ ହେଲା ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ସେହି ବିବାଦକୁ କେନ୍ଦ୍ରକରି ସାନଭାଇ ଆଜି ବଡଭାଇକୁ କଟୁରୀରେରେ ହାଣିଦେଇଛି । ଅଭିଯୁକ୍ତ ସାନ ଭାଇ ଘଟଣା ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ବଡ ଭାଇକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଖଇରା ମେଡିକାଲରେ ଭର୍ତି କରିବା ସହ ଫେରାର ହୋଇଯାଇଥିବା ସାନ ଭାଇଙ୍କୁ ଖୋଜିବାରେ ଲାଗିପଡିଛି ।

ପାଣି ଟାଙ୍କିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର