ବବିତା ରୌପ୍ୟରେ ସନ୍ତୁଷ୍ଟ: କୁସ୍ତିରେ ଭାରତୀୟଙ୍କ କମାଲ୍

1

ଗୋଲଡ଼କୋଷ୍ଟ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବବିତା କୁମାରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି । ୫୩ କେଜି ମହିଳା କୁସ୍ତି ଫାଇନାଲ ବାଉଟରେ ବବିତା ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୨-୫ ପଏଣ୍ଟରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକ ପାଇପାରିଛନ୍ତି ।

ଭାରତୀୟ କୁସ୍ତିଯୋଦ୍ଧା କମାଲ କରୁଛନ୍ତି । ଆଜି ରାହୁଲ ୭୪ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିବାପରେ ବବିତା ମହିଳା ବିଭାଗରେ ରୌପ୍ୟ ହାସଲ କଲେ । ସେହିପରି ପୁରୁଷ ୭୪ କେଜି ଫ୍ରିଷ୍ଟାଇଲ୍ ବିଭାଗରେ ସୁଶିଲ କୁମାର ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବୋଥାଙ୍କ ବିପକ୍ଷରେ ୧୦-୦ ପଏଣ୍ଟରେ ଏକ ଜବରଦସ୍ତ ବିଜୟ ହାସଲ କରିପାରି ସ୍ୱର୍ଣ୍ଣ ଜିତିଛନ୍ତି ।

ଭାରତୀୟ କୁସ୍ତିଯୋଦ୍ଧାଙ୍କ ଠୁ ଆଉ କେତୋଟି ପଦକ ହାସଲ ହେବାର ଆଶା ରଖିଛି ଭାରତ । ଭାରତ ୧୪ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ସହ ସମୁଦାୟ ୨୯ଟି ପଦକ ସହିତ ୮ମ ଦିବସ ଶେଷ ବେଳକୁ ପଦକ ତାଲିକାର ୩ୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here