ବିଶ୍ବକପ ହକି : ମେ ୩୧ ସୁଦ୍ଧା ସରିବ କଳିଙ୍ଗ ଷ୍ଟାଡିୟମ ମରାମତି କାମ

ଭୁବନେଶ୍ବର: ନଭେମ୍ବର ୨୮ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ହକି ୱାର୍ଲଡ କପ୍ । ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ରହଣି ଓ ଗମନାଗମନ ନେଇ ବୈଠକରେ ଆଲୋଚନା ହୋଇଛି । ଖେଳାଳି ଓ ଅଫିସିଆଲଙ୍କ ପାଇଁ ୮ ହଜାର ୬୦୦ଟି ରୁମ୍ ବୁକ୍ କରାଯାଇଛି । ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଖେଳାଳିମାନେ ରହିବେ ଏବଂ ଅଫିସିଆଲମାନେ କଟକ ଓ ପୁରୀର ବିଭିନ୍ନ ହୋଟେଲରେ ରହିବେ ବୋଲି ନିଷ୍ପତ୍ତି ହୋଇଛି । ମେ ୩୧ ସୁଦ୍ଧା କଳିଙ୍ଗ ଷ୍ଟାଡିୟମ ମରାମତି କାମ ସରିବ । ତେବେ ୨୬ଟି ଜିଲ୍ଲାରେ ଏଲ୍ଇଡି ଲଗାଇ ୱାର୍ଲଡକପ୍ ର ସିଧା ପ୍ରସାରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ହକି ଇଣ୍ଡିଆ କର୍ତ୍ତୃପକ୍ଷ, କ୍ରୀଡା ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ନଭେମ୍ବର ୨୮ରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ବେଲଜିୟମ । ଡିସେମ୍ବର ୧୫ରେ ସେମିଫାଇନାଲ ଓ ୧୬ରେ ଫାଇନାଲ ମ୍ୟାଚ ଖେଳାଯିବ ।

LEAVE A REPLY

Please enter your comment!
Please enter your name here