ଅବିଶ୍ୱାସ ହେଲେ ବି ସତ, ୧୭ମାସ ଗର୍ଭବତୀଙ୍କର ହୋଇପାରୁନି ପ୍ରସବ

0
1

ଆମେ ସମସ୍ତେ ଜାଣିଛୁ ସାଧାରଣତଃ ଗୋଟିଏ ଶିଶୁ ଜନ୍ମ ନେବା ଲାଗି ୯ରୁ ୧୦ ମାସ ଲାଗିଥାଏ । କିନ୍ତୁ ଏପରି ଏକ ମହିଳା ଅଛନ୍ତି ଯିଏ କି ପାଖାପାଖି ୧୭ ମାସ ହେବ ଗର୍ଭଧାରଣ କରି ମଧ୍ୟ ପ୍ରସବ କରିପାରୁନାହାନ୍ତି । କଥାଟି ଅଦ୍ଦୁତ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ତେବେ ଏପରି ଅଦ୍ଦୁତ ମହିଳା ହେଉଛନ୍ତି ଚୀନର । ତାଙ୍କ ନାମ ହେଉଛି ବାଗ ସୁଇ । ସେ ୨୦୧୭ରୁ ଗ୍ଭବତୀ ଅଛନ୍ତି । ସେ ନିଜେ କହିଛନ୍ତି ୧୭ ମାସ ହେଲାଣି ଗର୍ଭବତୀ ଅଛନ୍ତି କିନ୍ତୁ ଡାକ୍ତରଙ୍କ ଚେକଅପ ପରେ ମଧ୍ୟ କୌଣସି ସୁଫଳ ମିଳୁପାରୁ ନାହିଁ । ୨୦୧୮ ରେ ଡାକ୍ତର ତାଙ୍କର ଡେଲିଭରି ହେବ ବୋଲି ସୂଚନା ଦେଇଥିଲେ ମଧ୍ୟ ଗର୍ଭପାତ ହୋଇପାରିନଥିଲା । ୧୪ ମାସ ପରେ ଡାକ୍ତର ସୂଚନା ଦେଲେ ଯେ ତାଙ୍କର ଅପରେସନ ହୋଇ ପାରିବ ନାହିଁ, କାହିଁକି ନା ଭ୍ରୁଣ ବର୍ତ୍ତମାନ ପର୍ଯ୍ୟନ୍ତ ପରିପକ୍ୱ ହୋଇପାରୁ ନାହିଁ । ଉକ୍ତ ମହିଳା ଡାକ୍ତରଙ୍କ ନିକଟରେ ୩୦ ଥରରୁ ଅଧିକ ଚେକଅପ କରିସାରିଲେଣି । ତେବେ ବର୍ତ୍ତମାନ ୧୭ ମାସ ପୂରି ଗଲେ ମଧ୍ୟ ଶିଶୁଟିର କୌଣସି ବିକାଶ ଘଟି ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସେପଟେ ଡାକ୍ତର ଆହୁରି କହିଛନ୍ତି ଯେପର୍ଯ୍ୟନ୍ତ ଶିଶୁଟିର ବିକାଶ ହୋଇନି ସେ ଯାଏଁ କିଛି କରିବେହ ନାହିଁ ବୋଲି କହୁଛନ୍ତି ।

LEAVE A REPLY

Please enter your comment!
Please enter your name here