ମହିଳା ଜାତୀୟ ହକି କ୍ୟାମ୍ପ: ୭ ଓଡ଼ିଆ ସାମିଲ

https://www.facebook.com/nnsodia/videos/267154983995629/?t=5

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସୋମବାରରୁ ଆରମ୍ଭ ହେବାକୁ ଥିବା ମହିଳା ଜାତୀୟ ହକି କ୍ୟାମ୍ପ ପାଇଁ ନାମ ଘୋଷଣା ହୋଇଛି । ଘୋଷିତ ତାଲିକାରେ ୩୩ ଜଣ ଖେଳାଳୀଙ୍କୁ ହକି ଇଣ୍ଡିଆ ସାମିଲ କରିଛି | ଏହି ୩୩ ଜଣଙ୍କ ମଧ୍ୟରେ ୭ ଜଣ ଓଡ଼ିଆ ମହିଳା ହକି ଖେଳାଳି ସ୍ଥାନ ପାଇଛନ୍ତି | ଏମାନେ ହେଲେ ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ, ଲିଲିମା ମିଞ୍ଜ, ସୋନାଲ୍‌ ମିଞ୍ଜ, ଅନୁପ ବାର୍ଲା ଓ ନମିତା ଟପ୍ପୋ ।
ଆସନ୍ତା ୧୨ରୁ ୩୦ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ସ୍ପୋର୍ଟସ୍‌ ଅଥୋରିଟି ଅଫ୍‌ ଇଣ୍ଡିଆରେ ସେଣ୍ଟର୍‌ରେ ଏହି ଜାତୀୟ ହକି କ୍ୟାମ୍ପ୍‌ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସବୁ ଖେଳାଳିଙ୍କୁ ମୁଖ୍ୟ ପ୍ରଶିକ୍ଷକ ସଜୋର୍‌ ମରିଜ୍ନେଙ୍କୁ ଭେଟିବା ପାଇଁ କୁହାଯାଇଛି । ମରିଜ୍ନେ କହିଛନ୍ତି , ଘରୋଇ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳୀଙ୍କୁ ଆମେ କୋର୍‌ ଗ୍ରୁପ୍‌ରେ ନେଇଛୁ । ଏହାଛଡା ଯେଉଁମାନେ ଯୁବ ଅଲମ୍ପିକ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି ତାଙ୍କୁ ମଧ୍ୟ ଆମେ ନେଇଛୁ ବୋଲି ସେ କହିଛନ୍ତି । ଏହି ହକି ଶିବିର ଦ୍ୱାରା ଆମେ ଖେଳାଳୀଙ୍କ ଶକ୍ତି, ସ୍ଥିତି, ଚପଳତା ଓ ଜୋର୍‌ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବୁ ବୋଲି ମରିଜ୍ନେ କହିଛନ୍ତି ।

ଟିମ୍‌ରେ ସାମିଲ ଥିବା ଖେଳାଳୀମାନେ ହେଲେ:-

ଗୋଲକିପର୍‌:- ସବିତା, ରଜନୀ ଏଟିମାର୍ପୁ ଓ ସୋନାଲ୍‌ ମିଞ୍ଜ ।

ଡିଫେଣ୍ଡର୍‌:- ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା, ସୁଶିଳା ଚାନୁ, ଗୁରଜିତ କୌର, ରଶ୍ମିତା ମିଞ୍ଜ, ସୁମନ ଦେବୀ ଥୌଣ୍ଡମ୍‌, ମାହିମା ଚୌଧୁରୀ ଓ ନିଶା ।

ମିଡ଼୍‌ ଫିଲଡର୍‌:- ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ନେହା ଗୋୟଲ୍‌, ଉଦିତା, ଜ୍ୟୋତି, ଅନୁଜା ସିଂହ. ଶ୍ୟାମ ଟିଡଗାମ୍‌, ସୋନିକା ଓ କରିସ୍ମା ଯାଦବ ।

ଫରୱାର୍ଡସ୍‌:- ରାନୀ, ଲଲ୍ରେମସିଆମି, ନବନୀତ କୌର, ନଭଜୌତ କୌର, ରାଜୱିନ୍ଦର କୌର, ବନ୍ଦନା କଟାରିଆ, ଅନୁପ ବାର୍ଲା, ପ୍ରିୟଙ୍କା ୱାଙ୍ଖଡେ, ରୀନା ଖୋଖାର ଓ ଲୀଳାବତୀ ମାଲାମଡା ।

ମତାମତ ଦିଅନ୍ତୁ

Please enter your comment!
Please enter your name here