ରାଜ୍ୟ ବଡିବିଲ୍ଡିଂରେ ମହିଳାଙ୍କର ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର:ରାଜ୍ୟରେ ମହିଳା ମାନଙ୍କ କମାଲ ଦିନ କୁ ଦିନ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବଡି ବିଲ୍ଡିଂ ରେ ମଧ୍ୟ ନିଜର ସ୍ଥାନ ବନାଇଛନ୍ତି ମହିଳା ମାନେ ଖୋର୍ଦ୍ଧା ଜିଲ୍ଲା ବଡି ବିଲ୍ଡିଂ ଫିଟନେସ୍ ଆସୋସିଏସନ ଏବଂ ଜାଗୁଆର ଫିଟନେସର ମିଳିତ ପ୍ରୟାସରେ ରବିବାର ଆୟୋଜିତ କରିଛନ୍ତି ବଡି ବିଲ୍ଡିଂ ପ୍ରତିଯୋଗିତା । ଏଥିରେ ୭ ଟି ଜିଲ୍ଲାର ୪୫ ପୁରୁଷ ଏବଂ ୫ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ବିପିନ ବିହାରି ମିଶ୍ର,କୁଷ୍ଣଚନ୍ଦ୍ର ପଣ୍ଡା,ଗିରିଜା ଶଙ୍କର ନାୟକ ପ୍ରମୁ୍ଖ ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଏହି ସଂଘର କର୍ମକର୍ତାଙ୍କ ସହ ଶ୍ରୀ ପଣ୍ଡା ଏହି ଅବସରରେ ପୁଲୱାମା ସହିଦଙ୍କୁ ସମବେତ ମହମବତି ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

https://www.onakhabar.com/indian-womens-cricket-team-winning/