ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

0
4

ନୂଆଦିଲ୍ଲୀ : କୁମାନସିକତା ଓ ବିକାରଗ୍ରସ୍ତର ବଡ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡରେ । ଚଳନ୍ତା ଟ୍ରେନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଖବର ମିଲିବା ପରେ ସାରା ସହରରେ ଚହଳ ସୃଷ୍ଟି କରିଛି । ସୁଚନାରୁ ପ୍ରକାଶ, ଝାଡଖଣ୍ଡର ଚକ୍ରଧରପୁର ରେଳ ମଣ୍ଡଳଠାରେ ସୁରକ୍ଷାକର୍ମୀଙ୍କ ଝିଅକୁ ଜଣେ ଦୁବୁର୍ତ୍ତ ଚଳାନ୍ତା ଟ୍ରେନର ଟଏଲେଟରେ ଦୁର୍ଷ୍କମ କରି ଫିଙ୍ଗି ଦେଇଥିଲା । ଯୁବତୀଙ୍କୁ ବେହୋସ ଅବସ୍ଥାରେ ଚକ୍ରଧରପୁର ରେଳବାଇ ହସ୍ପିଟାଲରେ ଭର୍ତି କରାଯିବା ସହ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ କି, ଏହି ମାମଲାରେ ଚକ୍ରଧରପୁର ଜିଆରପି ପୋଲିସ ୩୬ ଘଂଟା ପରେ ମାମଲା ରୁଜୁ କରିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଚକ୍ରଧରପୁର ପହଂଚିଥିବା ଟାଟାନଗର-ଚକ୍ରଧରପୁର ପାସେଞ୍ଜରରୁ ଏକ ଯୁବତୀକୁ ବେହୋସ ଅବସ୍ଥାରେ ଉଦ୍ଧାର କରି ରେଳବାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଉକ୍ତ ଯୁବତୀଙ୍କ ହୋସ ଆସିବା ପରେ ମଧ୍ୟ ସେ କିଛି କହି ପାରି ନଥିଲେ । ଏକ କାଗଜରେ ଟ୍ରେନରେ ଦୁର୍ଷ୍କମ ହୋଇଥିବାର ସୂଚନା ଦେଇଥିଲେ । ସେଥିରେ ସେ ଲେଖିଥିଲେ କି ଟ୍ରେନରେ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ସହିତ ଦୁର୍ଷ୍କମ କରିଥିଲା । ଡାକ୍ତରମାନେ ଏକ ଟିମା ଗଠନ କରି ପୀଡିତାଙ୍କୁ ୪୫ ଘଂଟା ପରେ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୀଡିତାଙ୍କ ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନାହିଁ । ସେପଟେ ଦୁଷ୍କର୍ମ କରିଥିବା ଅବିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇନତିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here