ପୁଅର ପ୍ରତିଶୋଧ ନେବାକୁ ଯାଇ ମାଆ ମାରିଲା ପ୍ରେମିକକୁ, ପଢନ୍ତୁ କଣ ପୂରା ଖବର….

https://www.facebook.com/nnsodia/videos/267154983995629/?t=5

ଚେନ୍ନାଇ: ରାଜ୍ୟରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରକାରର ଅପରାଧ ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ଏପରି ଏକ ଅପରାଧ ସାମନାକୁ ଆସିଛି ଯାହା ଶୁଣିବା ମାତ୍ରେ ଛାତି ଥରାଇ ଦେବ | ଜଣେ ମହିଳା ନିଜ ପୁଅର ମୃତ୍ୟୁ ପ୍ରତିଶୋଧ ନେବାକୁ ଯାଇ ପୁଅର ହତ୍ୟାକାରୀକୁ ଛୁରି ପୂରାଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି ଚେନ୍ନାଇରେ | ମୃତ ହତ୍ୟାକାରୀ ଜଣଙ୍କ ମହିଳାଙ୍କ ପୁଅକୁ ମାରିଥିବାରୁ ଏକ ବର୍ଷ ହେବ ଜୋଲରେ ଥିଲେ | ତେବେ କିଛି ଦିନ ପୂରର୍ବେ ଜେଲରୁ ବାହାରିବା ମାତ୍ରେ ମହିଳା ଜଣଙ୍କ ତାଙ୍କୁ ଡିସେମ୍ବର ୨୯ ତାରିଖରେ ବିଚ୍ ରାସ୍ତା ଉପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାଗରାଜ | ମହିଳା ଛୁରୀ ଭୁସିବା ପରେ ଘଟଣାସ୍ଥଳରେ ହିଁ ନାଗାରାଜନଙ୍କ ମୃତ୍ୟୁ ଘଟିଛି । ନାଗରାଜନଙ୍କ ହତ୍ୟା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଋଷି ହତ୍ୟା ମାମଲାରେ ଏହି ହତ୍ୟାର ସଂପର୍କ ରହିଛି ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏପରି କାଣ୍ଡ କରିଥିବା ମହିଳା ଜଣଙ୍କ ହେଉଛନ୍ତି ମଞ୍ଜଲା | ସୁଚନାଯୋଗ୍ୟ, ମଞ୍ଜଲା ଜଣେ ବିବାହିତ ମହିଳା | ନିଜ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ତାଙ୍କ ପୁଅକୁ ଧରି ସେ ଏକା ରହୁଥିଲେ । ସେ ସମୟରେ ତାଙ୍କର ନାଗାରାଜନଙ୍କ ସହ ତାଙ୍କର ସଂପର୍କ ଗଢ଼ି ଉଠିଥିଲା । ମାତ୍ର ସେ ଦୁହିଁଙ୍କ ସଂପର୍କରେ ବାଧକ ସାଜୁଥିଲା ମହିଳାଙ୍କ ୯ ବର୍ଷୀୟ ପୁଅ ଋଷି । ନାଗାରାଜନ ନିଜ ସମାଧାନ କରିବା ପାଇଁ ଗତ ଫେବୃୟାରୀରେ ଋଷିଙ୍କୁ ହତ୍ୟା କରିଥିଲେ । ହତ୍ୟା ଅଭିଯୋଗର ତଦନ୍ତ କରି ପୁଲିସ୍ ନାଗାରାଜନଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । କିଛି ମାସ ପରେ ସେ ବେଲରେ ବାହାରକୁ ବାହାରିବା ପରେ ଡିସେମ୍ବର ୨୯ ତାରିଖରେ ମହିଳା ଜଣକ ତାଙ୍କର ହତ୍ୟା କରିଥିବା ସୂଚନା ମିଳିଛି | ତେବେ ମହିଳାଙ୍କର ଏପରି କାଣ୍ଡ ପାଇଁ କିଏ ଦାୟୀ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

କୁଜଙ୍ଗ ଡଙ୍ଗାବୁଡିରେ ମୃତ ୯ ଜଣଙ୍କର ହେବ ପୋଷ୍ଟମର୍ଟମ, ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here