ସ୍ତ୍ରୀ ଓ ପ୍ରେମିକକୁ ହତ୍ୟା କଲେ ସ୍ୱାମୀ

ଭୁବନେଶ୍ୱର: ନିଜ ସ୍ତ୍ରୀ ସହ ତାଙ୍କ ପ୍ରେମିକାକୁ ହତ୍ୟା କଲେ ସ୍ୱାମୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଣିପାଟଣା ବ୍ୟାଙ୍କ କଲୋନୀରେ । ପରକୀୟା ପ୍ରିତିର ଘଟିଲା ଏହି ଡବଲ ମର୍ଡର । ନିଜେ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସବୁବେଳେ ସନ୍ଦେହ କରୁଥିଲେ ଏବଂ ଶେଷରେ ମର୍ଡର ମଧ୍ୟ କଲେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ଖବର ନେବାରୁ ଜଣାପଡ଼ିଛି, ବାଲେଶ୍ୱର ଜିଲ୍ଲା ରାଣିପାଟଣା ବ୍ୟାଙ୍କ କଲୋନୀରେ କୈଳାସ ସାହୁ ଏବଂ ତାଙ୍କ ସ୍ତ୍ରୀ ରହୁଥିଲେ । କିନ୍ତୁ ସ୍ତ୍ରୀଙ୍କ ଚରିତକୁ କୈଳାସ ସବୁବେଳେ ସନ୍ଦେହ କରୁଥିଲେ । ଫଳରେ ସ୍ତ୍ରୀ ସହ ପ୍ରେମିକାକୁ ମଧ୍ୟ ହତ୍ୟା କରିଛନ୍ତି । ମୃତ ସ୍ତ୍ରୀଙ୍କ ନାମ ଲକ୍ଷ୍ମୀପ୍ରିୟା ସାହୁ ଓ ପ୍ରେମିକଙ୍କ ନାମ ପ୍ରଦୀପ କୁମାର ଦେ । ପ୍ରଦୀପ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ କାମ କରନ୍ତି । ହତ୍ୟା ପରେ କୈଳାସ ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଟଙ୍କା ପାଇଁ ବାପାକୁ କାଠ ଫାଳିଆରେ ହତ୍ୟା କଲା ପୁଅ