ମଧ୍ୟରାତ୍ରିରେ ଚାଲିବ ନାହିଁ ଏହି ସ୍ମର୍ଟଫୋନ, ପଢିନିଅନ୍ତୁ କେଉଁ ଫୋନ…

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଆଜି ରାତି 12ଟାରେ ସାରା ଦେଶରେ ମୋବାଇଲ ଫୋନକୁ ନେଇ ବେସ୍ତ ବିବୃତ ହୋଇ ପଡିବେ ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ | କାରଣ ଆଜି ହେଉଛି ଇଂରାଜୀ ନବବର୍ଷ | ଏହି ଦିନ ସମସ୍ତେ ତାଙ୍କର ପ୍ରିଯଜନଙ୍କ ନିକଟକୁ ପୋନ କରି ସୁଭେଚ୍ଛା କରିବାକୁ ଚାହାନ୍ତି | ସେଥିଲାଗି ଚଳଚଞ୍ଛଳ ହୋଇ ପଡିବ ଏହି ରାତି | ତେବେ ଆଜି ମଧ୍ୟରାତ୍ରିରୁ କେତେକ ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନରେ ହ୍ଵାଟ୍ସଆପ ସେବା କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଗୁଡିକ ମଧ୍ୟରେ ରହିଛନ୍ତି ବ୍ଲାକବେରୀ, ଓ୍ଵିଣ୍ଡୋଜ ଓ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଥିବା କେତେକ ଫୋନ । ଅର୍ଥାତ ଆପଣ ଯଦି ଏସବୁ ଫୋନ ଧରୁଛନ୍ତି ଆପଣ ହ୍ଵାଟ୍ସଆପରେ ନିଜର ପ୍ରିୟଜନଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇପାରିବେ ନାହିଁ । ଏହାର କାରଣ ହେଉଛି ହ୍ଵାଟ୍ସଆପ ଏସବୁ ପ୍ଲାଟଫର୍ମ ଗୁଡିକ ପାଇଁ ସେବା ଯୋଗାଇବା ବନ୍ଦ କରିଦେବ । ଯେଉଁ ସ୍ମାର୍ଟଫୋନଗୁଡ଼ିକରେ ହ୍ଵାଟ୍ସଆପ ବନ୍ଦ ହୋଇଯିବ ସେଗୁଡ଼ିକ ହେଉଛି ବ୍ଲାକବେରୀ ୧୦, ବ୍ଲାକବେରୀ ଓଏସ, ନୋକିଆ ସିମ୍ବିଆନ ଏସ୬୦, ଓ୍ଵିଣ୍ଡୋଜ ଫୋନ ୮.୦, ନୋକିଆ ଏସ୪୦, ୨.୩.୭ ଠାରୁ ପୁରୁଣା ଆଣ୍ଡ୍ରଏଡ ଭର୍ସନ, ଆଇଓଏସ ୭ ଭର୍ସନ ଠାରୁ ପୁରୁଣା ଆଇଫୋନ । ପ୍ରକୃତରେ ନୋକିଆ ଏସ୪୦ ମୋବାଇଲ ପାଇଁ ହ୍ଵାଟ୍ସଆପ ଲାଇସେନ୍ସ ଗତ ଜୁଲାଇ ମାସଠାରୁ ସମାପ୍ତ ହୋଇଗଲାଣି । କିନ୍ତୁ ହ୍ଵାଟ୍ସଆପ ତାହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲା । ତେବେ ଏସବୁ ଫୋନ ଆଜିକାଲି ବଜାରରେ ସେତେଟା ଉପଲବ୍ଧ ନଥିବାରୁ ଲୋକମାନେ ବିଶେଷ ପ୍ରଭାବିତ ହେବାର ସମ୍ଭାବନା କମ ବୋଲି ଜଣାଯାଇଛି । ତେବେ କହିବାକୁ ଗଲେ କୌଣସି ପୋନରେ ଆଜି ହ୍ଵାଟ୍ସଆପ କାମ କରିବ ନାହିଁ ବୋଲି ସୂଚନା ମିଳିଛି |

ନୂଆବର୍ଷର ଆର୍କଷଣୀୟ ଅଫର, ୫୦୦୦ ଟଙ୍କାରେ ମିଳିବ ଏହି ୫ଟି ବ୍ରାଣ୍ଡର ଫୋନ୍…

ମତାମତ ଦିଅନ୍ତୁ

Please enter your comment!
Please enter your name here