You are here
Home > ବଡ଼ଖବର > ଧନ୍ୟବାଦ ନବୀନ

ଧନ୍ୟବାଦ ନବୀନ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ମୋଦି ତାଙ୍କ ମହାନତା ପ୍ରଦର୍ଶନ ପାଇଁ ଏହି ଧନ୍ୟବାଦ ଜଣାଇଥିବା କଥା କୁହାଯାଉଛି । କାରଣ ଏନଡିଏ ପ୍ରାର୍ଥୀଙ୍କ ଜିତିବା ପାଇଁ ଯେଉଁଭଳି ସହଯୋଗ ଆବଶ୍ୟକ ଥିଲା ସେଥିରେ ନବୀନ ହାତ ବଢ଼ାଇ ନ ଥିଲେ ହୁଏତ ମୋଦିଙ୍କୁ ଅପଦସ୍ତ ହେବାକୁ ପଡ଼ିଥାନ୍ତା । ତେଣୁ ବିନା ଦ୍ୱାଧାରେ ଏବଂ ବିନା ସର୍ତରେ ନବୀନ ସହଯୋଗର ହାତ ବଢ଼ାଇ ଥିବାରୁ ମୋଦି ଏହାକୁ ନ ଭୁଲି ଧନ୍ୟବାଦ ଜଣାଇଲେ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ମୋଦି ଟେଲିଫୋନ କରି ନବୀନଙ୍କୁ ଅନୁରୋଧ କରିଥିଲେ । ନବୀନ ଏଥିରେ ସହମତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କଥାକୁ ସେ ଅଗ୍ରାହ୍ୟ କରି ନ ଥିଲେ । ପ୍ରଧାନମନ୍ତ୍ରୀ ଯେତେବେଳେ ଏବଂ ଯେଉଁ ସମୟରେ ନବୀନଙ୍କ ସହଯୋଗ ମାଗିଛନ୍ତି ସେ ଅକୁଣ୍ଠ ଚିତରେ ହାତ ବଢ଼ାଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସମୟରେବି ନବୀନଙ୍କୁ ମୋଦି ଫୋନ କରି ଅନୁରୋଧ କରିଥିଲେ । ନବୀନ ସେ ଅନୁରୋଧକୁ ରକ୍ଷା କରିଥିଲେ ।
ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟସଭାରେ ଉପାଧ୍ୟକ୍ଷ ପଦ ପାଇଁ ୟୁପିଏ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଏନଡିଏ ପ୍ରାର୍ଥୀ କରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ନବୀନଙ୍କୁ ଟେଲିଫୋନ କରି ଅନୁରୋଧ କରିଥିଲେ । ନବୀନ ସମର୍ଥନ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଲେ ।

Loading...
ONA

Leave a Reply

Top