“ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ୍” ଗୀତ ହେଲା ଭାଇରାଲ, ଦେଖନ୍ତୁ ଏହି ଭିଡିଓରେ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ହକି ଲାଗି ଏବେ ସାରା ରାଜ୍ୟ ଉତ୍ସାହିତ ହେଉଥିବାର ଦେଖିବାକୁ ମିଳୁଛି । ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍, ୨୦୧୮ ପାଇଁ ଏକ ଓଡିଆ ଗୀତକୁ ପ୍ରସ୍ତୁତ କରାଯାଇଛି । ତେବେ ଏହି ଗୀତ ଜୋରସୋରରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ଓଡିଶାରେ ହକି ମାନିଆକୁ ଆଖି ଆଗରେ ରଖି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଖେଳାଳୀ ଏବଂ କ୍ରୀଡାପ୍ରିୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ସଂଗୀତକୁ ପ୍ରସ୍ତୁତ କରିଛି । ଯାହାକୁ ଦୀପାବଳୀ ଭଳି ପବିତ୍ର ଉତ୍ସବରେ ରିଲିଜ୍ କରାଯାଇଛି । ଏହି ୨.୨୦ ମିନିଟର ଭିଡିଓରେ ହକି ପ୍ରତି ଥିବା ଭଲପାଇବା ଏବଂ ଉତ୍ସାହର ଅନୁଭବ ବାରି ହୋଇପଡୁଛି । ବଲିଉଡର ଖ୍ୟାତନାମା ଗାୟକ ମିକା ସିଂହ ନିଜ ଦମଦାର କଣ୍ଠରେ ଗାଇଛନ୍ତି , “ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ୍” । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସବୁ ଏହି ଭିଡିଓରେ ନାଚି ଗାଉଥିବାର ଦେଖିବାକୁ ମିଳୁଛି । ଓଡିଶାର ପ୍ରତିଷ୍ଠିତ ନୃତ୍ୟୁ ଓଡିଶୀ ଏବଂ ସମ୍ବଲପୁରୀର ଛାପ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖାଯାଉଛି । ଏହି ଭିଡିଓକୁ ଟ୍ୱିଟରରେ ସେୟାର୍ କରି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ କୁହାଯାଇଛି, ‘ସବୁ କପ୍ ଗୋଟିଏ ସଂଗୀତ ଆବଶ୍ୟକ କରେ,ଏହି ସଂଗୀତ କେବଳ ଓଡିଶା ପାଇଁ । ଅର୍ଥାତ୍ ପ୍ରତିଟି ଖେଳରେ ଖେଳାଳୀ ଏବଂ ଖେଳପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଗୋଟିଏ ଲେଖାଏଁ ଗୀତ ପ୍ରସ୍ତୁତ କରାଯାଇଥାଏ ଏବଂ ଓଡିଶା ହକି ବିଶ୍ୱକପ୍ ସକାଶେ ମଧ୍ୟ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ସଂଗୀତ ଏବଂ ଭିଡିଓଟି ଏତେ ଦମଦାର ହୋଇଛି ଯେ ପ୍ରଥମଥର ଦେଖିବା କ୍ଷଣି ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here