କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ୱାରେଣ୍ଟି ଜାରି, ପଢନ୍ତୁ କଣ…

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ସାକେତ କୋର୍ଟ କ୍ରିକେଟର ଗୌତମ ଗମ୍ଭୀରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିବାର ସୂଚନା ମିଳୁଛି | ରିୟଲ ଇଷ୍ଟେଟ ଠକେଇ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଥିବାର ଜଣା ପଡିଛି | ଗମ୍ଭୀର ରୁଦ୍ର ବିଲ୍ଡୱୋଲ ରିୟଲ ଇଷ୍ଟେଟ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଥିଲେ | ଏହି କମ୍ପାନୀ ନାଁରେ ବହୁ ଠକେଇ ଅଭିଯୋଗ ଆସିଛି | ଲୋକଙ୍କଠୁ ଟଙ୍କା ନେଇ ଫ୍ଲାଟ ଦେଉନି କମ୍ପାନୀ ବୋଲି ମଧ୍ୟ ଅଭିଯୋଗ ହୋଇଛି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗମ୍ଭୀରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରୁ ନାହିଁ |

ହକି ବିଶ୍ଵ କପ: ବେଲଜିୟମ ଚାମ୍ପିଅନ