ବିରାଟଙ୍କ ବିବାଦୀୟ ଭିଡିଓ ହେଲା ଭାଇରାଲ, କଣ ରହିଛି ତାଙ୍କ ମତ ଦେଖନ୍ତୁ ଏହି ଭିଡିଓରେ…

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଖେଳ ଦୁନିଆକୁ ବାଦ ଦେଲେ ସବୁବେଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲୀ | ତେବେ ତାଙ୍କର ଏକ ବିବାଦୀୟ ଭିଡିଓ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ବିରାଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସେୟାର୍ କରିଛନ୍ତି । ଯେଉଁଥିରେ ସେ ଟ୍ୱିଟରରେ ନିଜ ହେଟରଙ୍କୁ ପ୍ରତ୍ୟୁତର ଦେଇଥିବା କଥା କହିଛନ୍ତି । ଟ୍ୱିଟରରେ ଜଣେ ହେଟର ବିରାଟଙ୍କୁ କହିଥିଲେ ଯେ ଭାରତୀୟ କ୍ରିକେଟ୍ ଟିମର ଆଗ୍ରସିଭ୍ ବ୍ୟାଟସମ୍ୟାନଙ୍କ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ଦେଖିବାକୁ ମୁଁ ଖୁବ୍ ପସନ୍ଦ କରେ । ଯାହାର ପ୍ରତ୍ୟୁତରରେ ବିରାଟ କହିଥିଲେ ଯେ ଯାହାକୁ ଭାରତୀୟ କ୍ରିକେଟ୍ ଖେଳାଳୀଙ୍କ ପ୍ରଦର୍ଶନ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳୀଙ୍କ ପ୍ରଦର୍ଶନ ଭଲ ଲାଗୁଛି ତେବେ ତୁମେ ଭାରତରେ ରହିବା ଅପେକ୍ଷା ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ରହିବା ଖୁବ୍ ଭଲ ହେବ । ଏକ ଭିଡିଓ ମାଧ୍ୟମରେ କୋହଲି ଏଭଳି ମନ୍ତବ୍ୟ ରଖିଛନ୍ତି । ଯାହାକୁ ପ୍ରଶଂସକମାନେ କୋହଲୀଙ୍କ ପ୍ରଶଂସକଙ୍କୁ କଟାକ୍ଷ ବୋଲି ଭାବୁଛନ୍ତି । ଏହି ଭିଡିଓକୁ ନେଇ ଏବେ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି । ତେବେ ତାଙ୍କର ଏହି ଭିଡିଓକୁ ନେଇ ଅନେକ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳୁଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here