You are here
Home > ଲାଟେଷ୍ଟ > ପୁଣି ଭିଡିଓ ଭାଇରାଲ : ଏଥର ଭଦ୍ରକର ଯୁକ୍ତ ଦୁଇ ଛାତ୍ରୀଙ୍କ ଭିଡିଓ

ପୁଣି ଭିଡିଓ ଭାଇରାଲ : ଏଥର ଭଦ୍ରକର ଯୁକ୍ତ ଦୁଇ ଛାତ୍ରୀଙ୍କ ଭିଡିଓ

ଭଦ୍ରକ : ଆଉ ଜଣେ ଛାତ୍ରୀଙ୍କ ଭିଜୁଆଲ ଭାଇରାଲ ହେଉଛି । ଛାତ୍ରୀଙ୍କ ଆପତି ଜନକ ଅଙ୍ଗର କିଛି ଦୃଶ୍ୟ, ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯୁକ୍ତ ଦୁଇ ପଢୁଥିବା ଜଣେ ଛାତ୍ରୀ ଏମିତି ଭାଇରାଲ ଭିଡିଓରେ ଛନ୍ଦି ହୋଇ ପଡିଛନ୍ତି । ଛାତ୍ରୀଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅଂଚଳର । ଭଲ ପାଉଥିବା ପ୍ରେମିକ ଏଭଳି କାଣ୍ଡ କରିଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ବିବାହ ପାଇଁ ଛାତ୍ରୀ ଜଣକ ରାଜି ନହେବାରୁ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ଭିଜୁଆଲ ଭାଇରାଲ କରିଛି । ଏପରିକି ସଂପୃକ୍ତ ଛାତ୍ରୀଙ୍କ ଫଟୋ ଓ ନାମ ବ୍ୟବହାର କରି ଫେସବୁକ ଆଇଡି ଖୋଲିଛି । ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏହି ବିଷୟରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଦଫା 292, ଆଇଟି ଆକ୍ଟ 66(ଇ),67(ଏ) ଲଗାଇ ତଦନ୍ତ ଚଳାଇଛି । ତବେ ଅଭିଯୁକ୍ତ ଫେରାର ଥିବା ପୋଲିସ କହୁଛି । ଅଭିଯୁକ୍ତ ହେଉଛନ୍ତି ସୁମନ୍ତ ନାୟକ, ତାଙ୍କ ଘର ବାଲେଶ୍ବର ଜିଲ୍ଲା ସିମୁଳୁଆ ଥାନାର ଚାହ୍ଲୁଣି ଗାଁରେ ।

Loading...
ONA

Leave a Reply

Top