ଭାଇରାଲ ହେଲା ମନ୍ତବ୍ୟ, ମମୀ ତମେ ବହୁତ ଖରାପ… କାହିଁକି କହିଥିଲେ ଜାହ୍ନବୀ – ଶ୍ରୀଦେବୀଙ୍କୁ…

https://www.facebook.com/nnsodia/videos/267154983995629/?t=5

ବଲିଉଡର ଚାନ୍ଦିନୀ ଅର୍ଥାତ ଶ୍ରୀଦେବୀ ୬ ମାସ ହେବ ଆଉ ଦୁନିଆରେ ନାହାନ୍ତି । କିନ୍ତୁ ଆଜି ବି ସମସ୍ତଙ୍କ ହୃଦୟରେ ଚିର ଅମର ହୋଇକରି ଅଛନ୍ତି । ବର୍ତ୍ତମାନ ତାଙ୍କ ଝିଅ ଜାହ୍ନବୀ ମଧ୍ୟ ହିରୋଇନ ହୋଇସାରିଲେଣି । ଶ୍ରୀଦେବୀଙ୍କ ସବୁଠାରୁ ବଡ ଆଶା ଥିଲା ସେ ଜାହ୍ନବୀଙ୍କୁ ହିରୋଇନ ହେବାର ଦେଖିବେ ମାତ୍ର ତାହା ଆଶାରେ ରହିଗଲା । ଛାଡନ୍ତୁ ଶ୍ରୀଦେବୀ ଓ ଜାହ୍ନବୀଙ୍କ ବିଷୟରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ଯାହାକୁ ଶ୍ରୀଦେବୀ ନିଜେ କହିଥିଲେ ।
ଶ୍ରୀଦେବୀ ଏକ ଇଣ୍ଟରବ୍ୟୁରେ କହିଥିଲେ କି, ଜାହ୍ନବୀ ତାଙ୍କ ଫିଲ୍ମ “ସଦମା” ଦେଖିଲା ପରେ ତାଙ୍କ ସହ ତିନିଦିନ କଥା ହୋଇନଥିଲେ । ଏବଂ କହିଥିଲେ ମମୀ ଆପଣ ବହୁତ ଖରାପ । କାହିଁକି ନା ସେ ଫିଲ୍ମରେ କମଲ ହାସନଙ୍କୁ ଛାଡି ଦେଇଥିଲେ ଯାହାକି ଜାହ୍ନବୀଙଅକୁ ବହୁତ ଖରାପ ଲାଗିଥିଲା । ଜାହ୍ନବୀଙ୍କୁ ସେତେବେଳେ ମାତ୍ର ୬ ବର୍ଷ ହୋଇଥିଲା । ଶ୍ରୀଦେବୀ ପାଖାପାଖୀ ୫୦୦ ଫିଲ୍ମ କରି ଦର୍ଶକଙ୍କ ମନ ଖୁବ ଜିତିଥିଲେ ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here