ଚୋରି ସନ୍ଦେହରେ ଯୁବକକୁ ଧରି ପିଟିପିଟି ମାରିଦେଲେ ଲୋକେ

2

ନୟାଗଡ : ଚୋରି ସନ୍ଦେହରେ ଯୁବକକୁ ଧରି ପିଟିପିଟି ମାରିଦେଲେ ଲୋକେ । ନୟାଗଡ଼ ଜିଲ୍ଲା କୁରୁମ ବାଙ୍କତରା ଗାଁରେ ଗତରାତିରେ ଏଭଳି ଘଟଣା ଘଟିଛି । ଲୋକଙ୍କ କବଳରୁ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାକୁ ବଞ୍ଚାଇଯାଇ ପାରି ନାହିଁ । ଯୁବକଙ୍କ ପରିବାର ଲୋକେ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଗିରଫ ଦାବି କରିଛନ୍ତି ।
ଆଇନକୁ ହାତକୁ ନେଲେ ଗାଁ ଲୋକେ । ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ । ଦେଖନ୍ତୁ ଏହି ଭିଜୁଆଲ୍କୁ । ଖୁଣ୍ଟରେ ଜଣେ ଯୁବକଙ୍କ ଦୁଇ ହାତକୁ ବାନ୍ଧି ଦିଆଯାଇଛି ।ଯୁବକକୁ ଏକ ବାଲଟିରେ ପାଣି ପିଇବାକୁ ଦିଆଯାଉଛି । …ଆଉ ଏ ହେଉଛି ଅନ୍ୟ ଏକ ଭିଜୁଆଲ୍ ଯେଉଁଥିରେ ସେହି ଯୁବକଙ୍କ ଗୋଡ ହାତକୁ ଧରି ଟେକିଟେକି ନିଆଯିବା ସହ ତାକୁ ମାଡ ମରାଯାଉଛି । ଏଭଳି ଘଟଣା ଘଟିଛି ନୟାଗଡ ଓଡଗାଁ କୁରୁମ ବାଙ୍କତରା ଗାଁରେ । ଗତକାଲି ରାତିରେ ୪ ଜଣ ଯୁବକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରିବା ପାଇଁ ପଶିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଖସିପଳାଇବା ବେଳେ ଗଉଡପୁଟ ଗାଁ ର କୃଷ୍ଣ ପ୍ରଧାନକୁ ଗାଁ ଲୋକେ କାବୁକରିନେଇଥିଲେ । କୃଷ୍ଣ ଙ୍କ ଗୋଡହାତ ବାନ୍ଧି ରାତିସାରା ଗାଁ ଦାଣ୍ଡରେ ମାଡମାରିଥିଲେ । କୃଷ୍ଣ ପୂର୍ବରୁ କୌଣସି ଚୋରୀରେ ସଂପୃକ୍ତ ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ତେଣୁ ଆଇନକୁ ହତାକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
କୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ସକାଳୁ ଉଦ୍ଧାର କରିଥିଲା ଓଡଗାଁ ପୋଲିସ । ଅବସ୍ଥା ଗୁରୁତର ଥିବାରୁ କୃଷ୍ଣକୁ ପ୍ରଥମେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଯେଉଁମାନେ ଆଇନକୁ ହାତକୁ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି
ପୋଲିସର କାର୍ଯ୍ୟାନୁଷ୍ଠାନରେ ଅବହେଳା ବା ଅନ୍ୟ କେଉଁ କାରଣ ହେଉ । ଲୋକେ ପ୍ରତିଟି କଥାରେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି । ଯାହାର ପରିଣାମ ଭୟଙ୍କର ହେଉଛି ।

LEAVE A REPLY

Please enter your comment!
Please enter your name here