୬ କୋଟି ତମ ଉଜ୍ଜଳା ଗ୍ୟାସ ହିତାଧିକାରୀଙ୍କୁ ଗ୍ୟାସ ବଂଟନ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଦେଶର ୬ କୋଟି ତମ ପ୍ରଧାନମନ୍ତ୍ରୀ ଉଜ୍ଜଳା ଗ୍ୟାସ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ବଂଟନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ନୂଆଦିଲୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲୀର ଖାନପୁର, ଶିବପାର୍କ ଅଂଚଳର ଜସ୍ମିନା ଖାତୁନଙ୍କୁ ଏହି ଗ୍ୟାସ ବଂଟନ କରିଥିଲେ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ଜଣେ ହେଲେ ଗରିବ
ମହିଳାଙ୍କୁ ଉଜ୍ଜଳାରୁ ବଂଚିତ କରାଯିବା ନାହିଁ । ଗ୍ୟାସ ନେଉଥିବା ମହିଳା ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୮୦ ପ୍ରତିଶତ ହିତାଧିକାରୀ ରିଫିଲିଙ୍ଗ କରିସାରିଛନ୍ତି ।

ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜଳାରୁ ବଂଚିତ କରାଯିବ ନାହିଁ-ଧର୍ମେନ୍ଦ୍ର ପ୍ରଧାନ
• ଦିଲୀର ଖାନପୁର, ଶିବପାର୍କ ଅଂଚଳର ଜସ୍ମିନା ଖାତୁନ ହେଲେ ୬ କୋଟି ତମ ଉଜ୍ଜଳା ହିତାଧିକାରୀ
• ଗ୍ୟାସ ନେଉଥିବା ମହିଳା ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୮୦ ପ୍ରତିଶତ ହିତାଧିକାରୀ ରିଫିଲିଙ୍ଗ କରିସାରିଛନ୍ତି
• ୩୨ ମାସ ମଧ୍ୟରେ ୬ କୋଟି ଉଜ୍ଜଳା ହିତାଧିକାରୀଙ୍କ ଘରେ ଏଲପିଜି ଗ୍ୟାସ ପହଁଚିପାରିଛି
• ୬୦ ବର୍ଷ ମଧ୍ୟରେ ମାତ୍ର ୧୩ କୋଟି ଘରେ ଏଲପିଜି ଥିଲା
• ଉଜ୍ଜଳା ଗ୍ୟାସ ଗରିବଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସହ ମହିଳା ସଶକ୍ତିକରଣରେ ଆଜି ମୁଖ୍ୟ ମାଧ୍ୟମ ହୋଇପାରିଛି

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାତ୍ର ୩୨ ମାସ ମଧ୍ୟରେ ୬ କୋଟି ଉଜ୍ଜଳା ହିତାଧିକାରୀଙ୍କ ଘରେ ଏଲପିଜି ଗ୍ୟାସ ପହଁଚିପାରିଛି । ୧୯୫୫ ରୁ ୨୦୧୪ ମସିହା ୬୦ ବର୍ଷ ମଧ୍ୟରେ ମାତ୍ର ୧୩ କୋଟି ଘରେ ଏଲପିଜି ଥିବା ବେଳେ ମୋଦି ସରକାରଙ୍କୁ ୫ ବର୍ଷ ପୁରିବାରୁ ଆହୁରି ୪ ମାସ ବାକିଥିବା ବେଳେ କେବଳ ଉଜ୍ଜଳା ଯୋଜନାରେ ୬ କୋଟି ଗ୍ୟାସ ସଂଯୋଗ ନେଇପାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆଜି ହେଉଛି ଦେଶ ପାଇଁ ଏକ ସ୍ମରଣୀୟ ଦିନ । ୨୦୧୬ ମେ ମାସ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରଥମ ଉଜ୍ଜଳା ହିତାଧିକାରୀଙ୍କୁ ଗ୍ୟାସ ବଂଟନ ହୋଇଥିବା ବେଳେ ଆଜି ୬ କୋଟି ତମ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ବଂଟନ କରାଯାଇଛି । ଉଜ୍ଜଳା ଗ୍ୟାସ ଗରିବଙ୍କ ସାମାଜିକ, ଅର୍ଥନୈତିକ
ବିକାଶ ସହ ମହିଳା ସଶକ୍ତିକରଣର ଆଜି ମୁଖ୍ୟ ମାଧ୍ୟମ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାପରେ ଗରିବଙ୍କ ପାଇଁ ତାଙ୍କ ସରକାର ସମର୍ପିତ ବୋଲି କହିଥିଲେ । ସମସ୍ତଙ୍କୁ ସାଥିରେ ନେଇ କାମ କରିବାର ଯେଉଁ ଦୃଢୋକ୍ତି ପ୍ରକାଶ କରିଥିଲେ ତାହା କାମରେ ପୂରଣ କରି
ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ଯାହା କହିଥିଲେ ତାହା କରି ଦେଖାଇଲେ । ୬ କୋଟି ପରିବାରରେ ଉଜ୍ଜଳା ଗ୍ୟାସ ପହଁଚାଇବା ତାର ବଡ ଉଦାହରଣ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ମତାମତ ଦିଅନ୍ତୁ

Please enter your comment!
Please enter your name here