୯ ଡିସେମ୍ବରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସଂକଳ୍ପ ସମାବେ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଅଯୋଧ୍ୟାର ଶ୍ରୀରାମଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଚଳିତ ଡିସେମ୍ବର ୯ ତାରିଖ ଦିନ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ସଂକଳ୍ପ ସମାବେଶ ଭୁବନେଶ୍ୱରର ଲୋଏର ପିଏମ୍ଜି ଠାରେ ଅନୁଷ୍ଠିତ ହେବ । ହିନ୍ଦୁ ଜନସାଧାରଣଙ୍କ ମଧ୍ୟରେ ଏକ ଚେତନା ସୃଷ୍ଟି କରିବା ପାଇଁ ଏହି ଭଳି ସମାବେଶ ଓଡିଶାର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ଭବାନୀପାଟଣା, କୋରାପୁଟ ସମେତ ଦେଶର ସହସ୍ରାଧିକ ସ୍ଥାନମାନଙ୍କରେ ମଧ୍ୟ ଅନୁଷ୍ଠିତ ହେବ । ଏଥିସହ ପ୍ରତି ବ୍ଲକରେ ଡିସେମ୍ବର ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନମାନ ଅନୁଷ୍ଠିତ ହେବ ବୋଲି ବିଶ୍ୱହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ପ୍ରକାଶ କରିଛନ୍ତି ।
ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍ ନିର୍ମାଣ କରନ୍ତୁ ଏହା ହିଁ ଏକମାତ୍ର ମାର୍ଗ । ଆଜି ଭଗବାନ ଶ୍ରୀରାମଲଲା ଯେଉଁଠାରେ ବିରାଜମାନ ହୋଇ ରହିଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟାରେ ସାଂସ୍କୃତିକ ପରିସୀମା ମଧ୍ୟରେ କୌଣସି ମସଜିଦ୍ ରହିବ ନାହିଁ । ଆକ୍ରମଣକାରୀ ବାବର ନାମରେ କୌଣସି ବି ସ୍ଥାନରେ କୌଣସି ମସ୍ଜିଦ୍ ରହିବ ନାହିଁ ବୋଲି ପୂଜ୍ୟ ସାଧୁସନ୍ଥମାନଙ୍କ ସମେତ ସମଗ୍ର ହିନ୍ଦୁ ସମାଜ ଦାବୀ କରିଛି । ୩୧ ଜାନୁଆରୀ ଏବଂ ୧ ଫେବୃୟାରୀ ୨୦୧୯ରେ ପ୍ରୟାଗ କୁମ୍ଭମେଳାରେ ବିରାଟ ଧର୍ମ ସଂସଦ ଆୟୋଜନ ହେବ । ଯେଉଁଠାରେ ୨୦,୦୦୦ ରୁ ଉଦ୍ଧ୍ୱର୍ ସନ୍ଥ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଦିଷ୍ଟ କରିବେ । ତେଣୁ ଭାରତର ସବୁ ସାଂସଦମାନଙ୍କୁ ନିବେଦନ ସେମାନେ ଦଳମତ ନିର୍ବିଶେଷରେ ‘ବିଧେୟକ’କୁ ସମର୍ଥନ କରି ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବାରେ ସହାୟକ ହୁଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମୁଖ୍ୟ ପ୍ରବକ୍ତା ପ୍ରମୋଦ ଦାଶ କହିଲେ ଯେ, ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତି, ସଂକୀର୍ତନ ମଣ୍ଡିଳୀ ମାଧ୍ୟମରେ ଭକ୍ତିଭାବର ସଂଚାରଣ ତଥା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ କିପରି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଆସ୍ଥା ପ୍ରକଟ କରାଯାଇ ପାରିବ ତାହାର ସମ୍ୟକ ସୂଚନା ଦେଇଥିଲେ । ଏତ୍ଦ ସହିତ ସେ ପ୍ରକାଶ କରିଥିଲେ ଯେ, ଉକ୍ରଳର ଭକ୍ତିଭାବଧାରାରେ ପ୍ରଭୂ ଶ୍ରୀରାମଙ୍କର ମହାତ୍ମ୍ୟକୁ ଛାଡି ଭକ୍ତିଭାବନାର କଳ୍ପନା କରାଯାଇ ନପାରେ । ବିଶ୍ୱର ସର୍ବବୃହତ ଜନ ଆନ୍ଦୋଳନ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ କାହାର ଅନୁଗ୍ରହ ଅନୁକମ୍ପାରେ ନୁହେଁ, ବରଂ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧା, ଭକ୍ତି ଓ ପ୍ରବଳ ହିନ୍ଦୁ ଜାଗରଣ ଆଧାରରେ ହିଁ ଚାଲିଛି ତେଣୁ ଏହାକୁ ଉପେକ୍ଷା କରିବା ଅର୍ଥ କଣ ସାରା ସମାଜକୁ ଉପେକ୍ଷା କରିବା ନୁହେଁ କି ? ନ୍ୟାୟାଳୟ
ଅନନ୍ତ କାଳ ପର୍ଯ୍ୟନ୍ତ ଜନ ଭାବନାକୁ ଉପେକ୍ଷା କରି ପାରିବେ ନାହିଁ, କାରଣ ବଳି ମ୍ବିତ ନ୍ୟାୟ ବ୍ୟବସ୍ଥା ମଧ୍ୟ ଏକ ଅନ୍ୟାୟ । ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଭାପତି ଡ. ନଗେନ୍ କୁମାର ଦେବତା ଏହି କାର୍ଯ୍ୟକ୍ରମ ସଂପର୍କରେ ପ୍ରକାଶ କରି କହିଲେ ଯେ, ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିବା ପାଇଁ ସମାଜର ବିଭିନ୍ନ ବର୍ଗର ଶ୍ରୀରାମ ପ୍ରେମୀମାନଙ୍କୁ ନେଇ ଏକ ସଂଚାଳନ ସମିତି ଗଠନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ରାଜ୍ୟ ସଂଗଠନ ସଂପାଦକ ଆନନ୍ଦ ପାଣ୍ଡେ, ରାମକୃଷ୍ଣ ଖୁଂଟିଆ,ଯଶସ୍ୱିନୀ ବଳ, ପ୍ରଫୁଲ ମିଶ୍ର ଓ ଶ୍ୟାମ ସୁନ୍ଦର ପତ୍ରୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here