ତିତଲି ଲାଗି ପରିବା ଦର ବୃଦ୍ଧି,ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ ଚନ୍ତା କରନି..

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ବାତ୍ୟାକୁ ନେଇ ଲୋକଙ୍କ ମନରେ ଡର ପଶିଥିବା ବେଳେ ଏବେ ବଜାରରେ ମିଳୁଥିବା ପରିବା ଦର ମଧ୍ୟ ବୃଦ୍ଧି ହେଉଥିବାର ଦେଖିବାକୁ ମିଳୁଛି । ସୁଚନାରୁ ପ୍ରକାଶ, ବାତ୍ୟା ତିତ୍‌ଲି ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ବଜାରରେ ଭିଡ ଦେଖିବାକୁ ମିଳୁଛି । ଲୋକେ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖୁଥିବାର ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଆଳୁ ଓ ପିଆଜ ପରି ସାମଗ୍ରୀ ଆଉ ବଜାରରେ ମିଳୁ ନଥିବା ଅଭିଯୋଗ ହେଉଛି । ସେହିପରି ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅଧିକା ନେଉଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ଜିନିଷପତ୍ରର ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଚିନ୍ତା କରିବାର କିଛି ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେ କହିଛନ୍ତି, “ଖାଦ୍ୟ ସାମଗ୍ରୀ ନେଇ ଖାଉଟିମାନେ ଭୟଭୀତ ହୁଅନ୍ତୁ ନାହିଁ । ପର୍ଯ୍ୟାନ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । କୌଣସି ସ୍ଥାନରେ କଳାବଜାରୀ ଖବର ମିଳିଲେ ପଦକ୍ଷେପ ନିଆଯିବ । ଚଢ଼ା ଦରରେ କେହି ସାମଗ୍ରୀ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ନିଆଯାଇଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here