ରାତିରେ ଜନ୍ମ ହୋଇଛନ୍ତି କି ଜାଣି ନିଅନ୍ତୁ କେତେ ମାତ୍ରାରେ ରହିଛି ଖରାପ…..

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦିନରେ ଜନ୍ମ ହୋଇଥିବା ଓ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବରେ ଅନେକ ପାର୍ଥକ୍ୟ ରହିଛି । ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାନ୍ତି । ସେମାନଙ୍କ ସମସ୍ତ କଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲୁଚି ରହିଥାଏ । ଏପରି ବ୍ୟକ୍ତିଙ୍କୁ ଦାର୍ଶନିକ ବୋଲି ମଧ୍ୟ କୁହାଯାଏ । ଏମାନେ ଲେଖକ ମଧ୍ୟ ହୋଇପାରନ୍ତି । ଏମାନଙ୍କର ଚିନ୍ତା ଅଧିକ କାଳ୍ପନିକ ହୋଇଥାଏ । ସମସ୍ତ କଥାକୁ ଧ୍ୟାନର ସହିତ ଶୁଣି ଏମାନେ ମନେ ରଖିଥାନ୍ତି । ଏହା ସହିତ ଏମାନେ ଗୋଟିଏ କାମକୁ ବାରମ୍ୱାର ଶୁଣିବା କାରଣରୁ ସଫଳତା ମଧ୍ୟ ପାଇଥାନ୍ତି । ପରୋକ୍ଷରେ କହିଲେ ଏମାନେ ସାଙ୍ଗୀତିକତାକୁ ଭଲ ପାଇଥାନ୍ତି । ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି କୌଣସି ଘଟଣା ଘଟିବା ପୂର୍ବରୁ ପୂର୍ବାଭାସ ବାରି ପାରନ୍ତି । ଏମାନେ ଯେ କୌଣସି ସମସ୍ୟାର ସମାଧାନ କରିବାର କ୍ଷମତା ରଖନ୍ତି । ରାତିରେ ଜନ୍ମିତ ବ୍ୟକ୍ତି କିଛି ତଥ୍ୟର ଆଲୋଚନା ପସନ୍ଦ କରିଥାନ୍ତି । ସଭା ସମିତିରେ ଭାଷଣ ଦେବାର କଳା ଏମାନଙ୍କର ରହିଛି । ରାତିରେ ଜନ୍ମ ହେବା ଯୋଗୁ ଏମାନେ ସମସ୍ତଙ୍କୁ ନିଜର ବନ୍ଧୁ ଭାବେ ଗ୍ରହଣ କରିଥାନ୍ତି । ଅଧିକ ସାଙ୍ଗ କରିବା ଯୋଗୁ ଏମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ବୋଲି ବାସ୍ତୁଶାସ୍ତ୍ରରରେ ଉଲ୍ଲେଖନୀୟ ରହିଛି ।