ମନର ସାଥୀକୁ ଜୀବନ ସାଥୀ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର: ନିଜର ମନର ମଣିଷକୁ ବିବାହ କରିବାକୁ ସମସ୍ତେ ଚାହାଁନ୍ତି | କିନ୍ତୁ ସବୁ ସୁବିଧା ଥାଇ ମଧ୍ୟ ଉକ୍ତ ମନର ମଣିଷକୁ ପାଇବା ଲାଗି ଆପଣଙ୍କୁ ଅସୁବିଧା ଦିଗ ଦେଇ ଯିବାକୁ ପଡିଥାଏ | ତେବେ ଚାଲନ୍ତୁ ଜାଣିବା କଣ କଲେ ନିଜ ମନର ସାଥୀକୁ ପାଇପାରିବେ | ଆପଣଙ୍କ ଘରେ ଏପରି କିଛି ଜିନିଷ ରହିଛି, ଯାହା ଆପଣଙ୍କ ଘରର ବାସ୍ତୁ ଦୋଷର କରାଣ ହେବା ସହିତ ଭବିଷ୍ୟତକୁ ଅନ୍ଧାର କରିଥାଏ । ଯଦି ସେ ସବୁକୁ ଆପଣ ଠିକ୍‌ କରିପାରିବେ, ତେବେ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂରେଇ ଯିବ । ତେବେ କେଉଁ ଦିଗରେ କଣ ରଖିବେ ଯାହାକି ଆପଣଙ୍କ ସମସ୍ତ୍ୟାକୁ କମେଇ ଦେବ….
୧-ଯଦି କୌଣସି ରାସ୍ତା ଆପଣଙ୍କ ଘର ପାଖ ଲାଗି ଯାଇଥାଏ ତେବେ ଏହାକୁ ଅଶୁଭ ଧରାଯାଇଥାଏ ।
୨-ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ |
୩-ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ରୁମ୍‌ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।
୪-ଯଦି ଆପଣ ପ୍ରେମ ବିବାହ କରିବାକୁ ସ୍ଥିର କରିଛନ୍ତି, ରାତିରେ ଖରାପ ସ୍ୱପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।
୫-ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ୱାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।
୬-ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍ ।
୭-ଯଦି ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ ଓ ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜାଇପାରେ । ତେଣୁ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ ।