ଘରେ ସବୁବେଳେ ଝଗଡା ଲାଗି ରହୁଛି କି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର: ଅନେକ ସମୟରେ ଦେଖିବାକୁ ମିଳେ ଘରେ ପର୍ଯ୍ୟପ୍ତ ପରିମାଣର ଟଙ୍କା ଥିଲେ ମଧ୍ୟ ସୁଖ ଶାନ୍ତି ମିଳିନଥାଏ | ଖାଲି କଳି ଜଗଡା ଲାଗି ରହିଥାଏ | ତେବେ ଏତିଲାଗି ନିର୍ମାଣ ଗୃହ ହିଁ ଦାୟୀ ବୋଲି ଅନେକ ମତ ଦିଅନ୍ତି | ସେଥିଲାଗି ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିାରି କରିବା ନିହାତି ଆବଶ୍ୟକ ବୋଲି କୁହାଯାଏ | ଘର ତିଆରି କରିବାବେଳେ ଠାକୁର ଘର, ବେଡ୍‌ ରୁମ୍‌, କିଚେନ୍‌ ଓ ବାଥ୍‌ ରୁମ୍‌ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ । କାରଣ ବାଥ୍‌ ରୁମ୍‌ରେ ବାସ୍ତୁ ଦୋଷ ରହିଲେ, ଏହାର ପ୍ରଭାବ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ପଡ଼ିଥାଏ । ଏହାଦ୍ୱାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ପରସ୍ପର ମଧ୍ୟରେ କଳି ଝଗଡ଼ା ସୃଷ୍ଟି ହୁଏ ଏବଂ ଘରେ ଆର୍ଥିକ ଅନଟନ ଲାଗି ରହେ ।ତେବେ ଚାଲନ୍ତୁ ଜାଣିବା କଣ କଲେ ଏଥିରୁ ମୁକ୍ତି ମିଳିପାରିବ |
୧. ବାଥ୍‌ ରୁମ୍‌ କେବେ ବି ଶିଡ଼ି ଘର ତଳେ ରହିବା ଉଚିତ୍‌ ନୁହେଁ । ଏହା ଦ୍ୱାରା ଘରର ମୁଖ୍ୟ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥାଏ ।
୨. ବାଥ୍‌ ରୁମ୍‌ ଯଦି ଆପଣଙ୍କ ଶୟନ କକ୍ଷରେ ଅଛି, ତେବେ ଏହାର କବାଟକୁ କେବେ ବି ଖୋଲା ରଖନ୍ତୁ ନାହିଁ ।
୩. ବାଥ୍‌ ରୁମ୍‌କୁ ସବୁବେଳେ ସଫା ସୁତୁରା ରଖନ୍ତୁ । ସବୁବେଳେ ବାଥ୍‌ ରୁମ୍‌ରେ ଏୟାର୍‌ ଫ୍ରେଶନର୍, କ୍ୟାଣ୍ଡେଲ କିମ୍ବା କୌଣସି ସୁଗନ୍ଧିତ ଇନ୍‌ଡୋର୍‌ ପ୍ଲାଣ୍ଟ ରଖନ୍ତୁ । ଏହାଦ୍ୱାରା ଘର ସଦସ୍ୟଙ୍କ ମନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ ।
୪. ବାଥ୍‌ ରୁମ୍‌ର ବାଲ୍‌ଟି ବା ଅନ୍ୟ ପାଣି ରଖିବା ପାତ୍ରକୁ କେବେ ଖାଲି ରଖନ୍ତୁ ନାହିଁ, ସବୁବେଳେ ପାଣି ଭରି ରଖନ୍ତୁ । ନଚେତ୍ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିବ ।
୫. ବାଥ୍‌ ରୁମ୍‌ର କବାଟ ସାମ୍ନାରେ ଆଦୌ ଦର୍ପଣ ଲଗାନ୍ତୁ ନାହିଁ । ଏହାଦ୍ଵାରା ବାଥ୍‌ ରୁମ୍‌ରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ଆପଣଙ୍କ ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ ।
୬. ବାଥ୍‌ ରୁମ୍‌ରୁ ଗାଧୋଇ ସାରି ଆସିବା ପରେ କବାଟକୁ ସବୁବେଳେ ବନ୍ଦ ରଖନ୍ତୁ । କବାଟ ଖୋଲା ରଖିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
୭. ଗାଧୁଆଘରେ ନୀଳ ରଙ୍ଗର ବାଲ୍ଟି ରଖିବା ଅତ୍ୟନ୍ତ ଶୁଭଦାୟକ । ଏହାଦ୍ଵାରା ଘରର ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।
୮. ଏକ କାଚ ପାତ୍ରରେ ଲୁଣ ନେଇ ବାଥ୍‌ ରୁମ୍‌ରେ ରଖନ୍ତୁ । ଏହି ଲୁଣକୁ ପ୍ରତି ସପ୍ତାହରେ ବଦଳାନ୍ତୁ । ଏପରି କରିବା ଦ୍ଵାରା ବାଥ୍‌ ରୁମ୍‌ରୁ ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ।

କିପରି ମାଆ ଲକ୍ଷ୍ମୀଙ୍କୁ ଘରକୁ କରିବେ ଆଗମନ, ପଢନ୍ତୁ ଏହି ଖବରରେ …..