ମହିଳାଙ୍କ ସହ ଜଡ଼ିତ ବାସ୍ତୁ ନିୟମ, ଜାଣନ୍ତୁ କଣ ରହିଛି…

ଭୁବନେଶ୍ୱର(ଓଏନଏ) : ବାସ୍ତୁଶାସ୍ତ୍ର ଅନୁଯାୟୀ ଗୃହ ସହ ଜଡ଼ିତ ବହୁ କିଛି କଥା ରହିଛି । ଶାସ୍ତ୍ର ଅନୁଯାୟୀ କିଛି ନିୟମ ମାନିବା ଦ୍ୱାରା ଏହା ଗୃହ ପାଇଁ ଓ ଘରର ସଦସ୍ୟଙ୍କ ପାଇଁ ଶୁଭ ହୋଇଥାଏ । କୁହାଯାଏ ଯେ, ଘର ବାସ୍ତୁ ଅନୁଯାୟୀ ନିର୍ମାଣ ହେବା ଉଚିତ । ନଚେତ ସର୍ବଦା ସମସ୍ୟା ଲାଗି ରହିଥାଏ ।ବାସ୍ତୁଶାସ୍ତ୍ରରେ କିଛି ଏପରି କଥା ବର୍ଣ୍ଣନା କରାଯାଇଛି । ମହିଳାମାନେ ଯାହାର ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ କାର୍ଯ୍ୟ କରିବା ଆବଶ୍ୟକ…
ମହିଳାଙ୍କୁ ସୂର୍ଯୋଦୟ ପୂର୍ବରୁ ଉଠିବା ଆବଶ୍ୟକ । ଏପରି କରିବା ଦ୍ୱାରା ଘରର ସମସ୍ୟଙ୍କ ସ୍ୱାସ୍ଥ୍ୟ ସର୍ବଦା ଭଲ ରହିବା ସହ ଖୁସିର ବାତାବରଣ ରହିଥାଏ ସବୁବେଳେ ।
ସୂର୍ଯୋଦୟ ହେବା ପରେ ଘରର ଦ୍ୱାର, ଝରକା ଆଦି ଖୋଲି ଦେବା ଉଚିତ । ଏହା ଦ୍ୱାରା ଘରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ । ଫଳରେ ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଘରର ମୁଖ୍ୟ ମହିଳାଙ୍କୁ ସୂର୍ଯୋଦୟ ପୂର୍ବରୁ ତମ୍ବାର ପାତ୍ରରେ ଜଳ ନେଇ ଘରର ମୁଖ୍ୟ ଦ୍ୱାରରେ ଏହି ଜଳକୁ ଛିଞ୍ଚିବା ଉଚିତ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ସେଥିସହ ଧନସମ୍ପତ୍ତି ବୃଦ୍ଧି ମଧ୍ୟ ହୋଇଥାଏ ।
ଘରର ମହିଳାଙ୍କୁ ପ୍ରତି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ସ୍ତବ ପାଠ କରିବା ଉଚିତ । ଏପରି କରିବା ଦ୍ୱାରା ଧନସମ୍ପତି ଜନିତ ସମସ୍ୟା ଦୂର ହୋଇଥାଏ । ମା’ଲକ୍ଷ୍ମୀ ସର୍ବଦା ତାଙ୍କ କୃପା ପରିବାର ଉପରେ ରଖିଥାଆନ୍ତି ।
ମହିଳାଙ୍କୁ ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘର ପୋଛିବା ଉଚିତ । ଏପରି କରିବା ଦ୍ୱାରା ଘରେ କଳହ ଲାଗି ନଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ ।
ମହିଳା ମାନେ ପ୍ରତି ଅମାବାସ୍ୟା ଦିନ ଘରକୁ ସଫା କରିବା ଉଚିତ । ଏପରି କରିବା ଦ୍ୱରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

କାନ୍ଦିବା ଶରୀର ପକ୍ଷେ ଭଲ, ଜାଣନ୍ତୁ କଣ ରହିଛି..