ଏହି ଭଳି ଭାବରେ ମନାନ୍ତୁି ଭାଲେନଟାଇନସ ଡେ: ସାଥୀଙ୍କୁ ଖୁସି କରିବା ପାଇଁ ଗିଫ୍ଟ କଣ ଦେବେ

ଭୂବନେଶ୍ୱର: ଆପଣ ଯାହାଙ୍କୁ ବି ପ୍ରେମ କରନ୍ତି ଆଜି ପୁରା ବିନଦାସ ହୋଇ ନିଜର ଫିଲିଂସ ତାଙ୍କ ସାଙ୍ଗରେ ସେୟାର କରିପାରିବେ । ପ୍ରେମୀ ଯୁଗଳ ଆଜି କିଛି ରୋମାଟିକ ଡେଟ, ଗିଫ୍ଟ ଓ ଚକଲେଟ ଭଳି ଏମିତି ଅନେକ କିଛି ଦେଇ ମନ ଯିତି ବାକୁ ଚାହାନ୍ତି ସମସ୍ତେ । କିନ୍ତୁ ଯାଣନ୍ତି କି ଏହି ଦିନରେ କେଉଁ ଗିଫ୍ଟ ଦେଲେ ଅଧିକ ଖୁସି ହେବେ ଅପଣଙ୍କ ସାଥୀ । ଚାଲନ୍ତୁ ଜାଣିବା ଏହି ବିଷୟରେ…
ଗୋଲାପ ଫୁଲ
ପ୍ରେମ, ସ୍ନେହ, ସୌନ୍ଦର୍ଯ୍ୟ ର ପରିଭାଷା ହେଉଛି ଗୋଲାପ ଫୁଲଟି । ଭାଲେନଟାଇନସ ସପ୍ତାହର ଆରମ୍ଭ ବି ହେଇଥାଏ ଏହି ଗୋଲାପ ଫୁଲ ଠୁ ଏବଂ ଶେଷ ବି ଏହି ଫୁଲରେ ହିଁ ହୋଇଥାଏ ।ସେମିତି ଦେଖିବାକୁ ଗଲେ ଗୋଲାପର ସବୁ ରଙ୍ଗ ସହିତ ଅଲଗା ଅଲଗା ଭାବ ଯୋଡି ହୋଇ ରହିଥାଏ କିନ୍ତୁ ପ୍ରେମ ନିବେଦନ ତ କେବଳ ଲାଲ ଗୋଲାପରେ ହି ହୋଇଥାଏ ।ସେଥିପାଇଁ ଏଇଟା ହିଁ ଭଲ ହେବ ଆପଣଙ୍କ ପାଇଁ କି ଗୋଟେ ବଡ ନାଲି ଗୋଲାପ ର ବୁକେ ଦିଅନ୍ତୁ ଆପଣଙ୍କ ସାଥୀଙ୍କୁ । ପ୍ରେମ ସମ୍ପର୍କ ଆହୁରି ନିବିଡ ହୋଇଯିବ । କିଛି ଅକୁହା କଥା ମଧ୍ୟ କହିପାରେ ଏହି ନାଲି ଗୋଲାପ ।
ଚକଲେଟ ସହ ଟେଡି
ଚକଲେଟ ଓ ଟେଡି ସାଧାରଣତଃ ଝିଅଙ୍କ ମାନଙ୍କ ପାଇଁ ବହୁତ ଗୁରୁତ୍ୱ ଅଟେ । ଚକଲେଟ ସହିତ ଟେଡିର କମ୍ବିନେସନ ଦେଖିକି କେହିବି ଆପଣଙ୍କ ପ୍ରେମକୁ କେହି ଆଡେଇ ପାରିବେନି ।
ରୋମାଟିକ ଏକ୍ସପ୍ଲୋଜନ ବକ୍ସ
ଅଲଗା ଅଲଗା ଲେଖି ତାକୁ ଏକା ସାଙ୍ଗରେ ଗୋଟିଏ ଯାଗାରେ ନିଜର ପ୍ରେମ ନିବେଦନକୁ ରଖିପାରିବେ । ଏବଂ ସେଥିରେ ମଧ୍ୟ ଦୁଇ ଜଣଙ୍କର ଫଟୋ ରଖି ଗୋଟେ ଏକ୍ସପ୍ଲୋଜନ ବକ୍ସ ତିଆରି କରନ୍ତୁ । ଏହା ଦେଖିବାକୁ ଛୋଟ ଅଟେ କିନ୍ତୁ ଯାହାକୁ ବି ଦେବେ ତାଙ୍କୁ ବହୁତ ପସନ୍ଦ ଆସିବ । କାହିକି ଏଥିରେ ଆପଣଙ୍କର ହାତଲେଖା ପ୍ରେମ ନିବେଦନ ଥାଏ ।
ଇନଡୋର ପ୍ଲାଣ୍ଟ
ଇନଡୋର ପ୍ଲାଣ୍ଟ ବହୁତି ହିଁ ମନଛୁଆ ଉପହାର ହୋଇଥାଏ ।ଏହି ପ୍ଲାଣ୍ଟ ଟିକୁ ଆପଣ ଘର, ଅଫିସ ଯେଉଁଠିବି ଚାହିବେ ରଖିପାରିବେ ।ଦିନକୁ ଦିନ ଏହି ପ୍ଲାଣ୍ଟଟି ଯେତେ ବଢିବ ଆପଣଙ୍କ ପ୍ରେମ ମଧ୍ୟ ସେତିକି ନିବିଡ ହୋଇଥାଏ । ଯେତେବେଳେ ଏହାକୁ ପାଖରେ ଦେଖିବେ ଆପଣଙ୍କ ସାଥୀଙ୍କୁ ସବୁବେଳେ ପାଖରେ ପାଇଲା ଭଳି ଅନୁଭବ କରିବେ ।
କାଠର ଫଟୋ ଫ୍ରେମ
ସାଧାରଣଃ ଫଟୋଫ୍ରେମ ଠୁ ଟିକେ ଅଲଗା ହୋଇଥାଏ ଯଦି ଆପଣ କାଠରେ ଖୋଳି ବନାଇହୋଇଥିବା ଫ୍ରେମ । ଯେଉଁଥିରେ ଆପଣ କିଛି ଭଲ ପ୍ରେମ ବାର୍ତ୍ତା ଲେଖିବା ସହ ନିଜ ସାଥୀଙ୍କର ଫଟୋ ବି ଲଗେଇ ପାରିବେ ।ଏହାକୁ ଆପଣ ଘର, ଅଫିସ କେଉଁଠିବି ରଖିପାରିବେ ।
ମନୋଗ୍ରାମ ବ୍ରେସଲେଟ
ନିଜର ଭାଲେନଟାନଙ୍କୁ ଗୋଟେ ସୁନ୍ଦର ବ୍ରେସଲେଟ ଦିଅନ୍ତୁ ଏବଂ ସେଥିରେ ଆପରଙ୍କର ଏମିତି କିଛି ଅଭୁଲା ସ୍ମୃତିକୁ ସେଥିରେ ଲେଖିପାରିବେ ।ଯେଉଁଟାକି ଆପଣଙ୍କ ସାଥୀ ପାଇଁ କିଛି ନିଆରା ଗିଫ୍ଟ ହେବ ।
ସେଣ୍ଟେଡ କ୍ୟାଣ୍ଡେଲ
ଏହି ଭାଲେନଟାଇନ ଡେ କୁ ଆହୁରି ଅଧିକ ରୋମାଟିକ କରିବାକୁ ଚାହୁଥିଲେ । ଆପଣଙ୍କ ଘରେ କିଛି ସେଣ୍ଟେଡ କ୍ୟାଣ୍ଡେଲ ଲଗାଇ ରାତ୍ରି ଭୋଜନର ଆୟୋଜନ କରନ୍ତୁ ।