You are here
Home > ବଡ଼ଖବର > ବାଜପେୟୀଙ୍କ ସ୍ଥିତି ଶଙ୍କଟାପନ୍ନ, ଦେଖା କରିବାକୁ ଗଲେ ନବୀନ

ବାଜପେୟୀଙ୍କ ସ୍ଥିତି ଶଙ୍କଟାପନ୍ନ, ଦେଖା କରିବାକୁ ଗଲେ ନବୀନ

ଭୁନନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ହୋଇଛି । ସେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏବେ ଜୀବନରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି । ୨୪ ଘଣ୍ଟା ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକ୍ରମେ ଅବନତି ହେବାରେ ଲାଗିଛି । ଏହି ଖବର ଜାଣି ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶସାରା ବିଭିନ୍ନ ସ୍ଥାନରେ ପୂଜାପାଠ ଚାଲିଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଏଲ୍କେ ଆଡଭାନୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ସୁଷମା ସ୍ୱରାଜ ପ୍ରମୁଖ ବହୁ ବରିଷ୍ଠ ନେତା ଯାଇ ଏମ୍ସରେ ପଂହଚି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପହଞ୍ôଚଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଅପରାହ୍ନରେ ଏମ୍ସ ଯାଉଛନ୍ତି । ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୋଇଛି । ଏଥିରେ ମୁଁ ଅତ୍ୟନ୍ତ ମର୍ମାହତ । ମୁଁ ତାଙ୍କ କ୍ୟାବିନେଟରେ ୨ ବର୍ଷ ଥିଲି । ତାଙ୍କୁ ଦେଖା କରିବା ପାଇଁ ମୁଁ ଯିବି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଜପେୟୀଙ୍କୁ ଦେଖାକରିବା ପାଇଁ ଦିଲ୍ଲୀ ଯାଉଥିବା ଜଣାପଡ଼ିଛି । ଏମ୍ସ କର୍ତ୍ତୃପକ୍ଷ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ନେଇ ବୁଲେଟିନ୍ ପ୍ରକାଶ କରିବା ପରେ ଏମ୍ସରେ ଗହଳି ଲାଗିଛି । କେବଳ ରାଜନେତା ନୁହଁନ୍ତି ସାଧାରଣ ଲୋକଙ୍କର ଭିଡ଼ ମଧ୍ୟ ଲାଗିଛି । ଓଡ଼ିଶାରେ ପୁରୀ, ବରଗଡ଼, ଭୁବନେଶ୍ୱର ପ୍ରଭୃତି ବିଭିନ୍ନ ସ୍ଥାନରେ ପୂଜାପାଠ ଯଜ୍ଞ ଆହୁତି ଚାଲିଛି । ବିଶିଷ୍ଟ ବ୍ୟକ୍ତିମାନେ ବାଜପେୟୀଙ୍କ କାର୍ଯ୍ୟ ସମୟର ସ୍ମୃତିକୁ ମନେ ପକାଉଛନ୍ତି । ଚାରିଆଡ଼େ ଏକ ଶୋକାକୁଳ ଅବସ୍ଥା ସୃଷ୍ଟି ହୋଇଛି ।

Loading...
ONA

Leave a Reply

Top