ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣା: ୧୪ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା ଘଟି ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଋଷିକେଶର ଗଙ୍ଗୋତ୍ରୀ ରାଜପଥଠାରେ ସୂଲିଧର ନିକଟରେ ଥିବା ଘାଟିରୁ ପ୍ରାୟ ୨୫୦ମିଟର ତଳକୁ ବସ୍ଟି ଖସିପଡ଼ିଲା । ବସ୍ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । କିଛି ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ବସ୍ଟି ଉତ୍ତରାଖଣ୍ଡ ପରିବହନ ନିଗମର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କୁ ଧରି ବସ୍ଟି ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଆଣି ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here