ବିଜେଡିରେ ମିଶିଲେ ଅଭିନେତା ଉତ୍ତମ, ଅସିତ

1

ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ରର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଏବଂ ଅସିତ ପତି ଆଜି ବିଧିବନ୍ଧ ଭାବେ ବିଜେଡିରେ ମିଶିଛନ୍ତି । ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶିବା ପରେ ଉତ୍ତମ ମହାନ୍ତି  କହିଛନ୍ତି, ନିର୍ବାଚନ ଲଢ଼ିବା ଆଶା ନେଇ ଦଳରେ ମିଶିନାହିଁ । ଦଳରେ ଜଣେ ସୈନିକ ଭାବେ କାମ କରିବି । ସୁପ୍ରିମୋ ମୋତେ ଯାହା କାମ ଦେବେ କରିବି । ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ କାମ କରିବା ଉଦେଶ୍ୟରେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଉତ୍ତମ  । ଉତ୍ତମଙ୍କ ଅଭିନେତ୍ରୀ ପତ୍ନୀ ଅପରାଜିତା ମହାନ୍ତି ଅଭିନୟ ସହ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଗତ ଲୋକସଭା ନିର୍ବାଚନରେ କଟକରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଭର୍ତୃହରୀ ମହତାବଙ୍କ ବିପକ୍ଷରେ ପରାଜିତ ହୋଇଥିଲେ । ସେପଟେ ଉତ୍ତମ ମହାନ୍ତି ଓ ଅସିତ ପତି ବିଜେଡିରେ ଯୋଗ ଦେବା ଫଳରେ ଦଳ ଆହୁରି ମଜଭୁତ ହୋଇଛି ବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here