ଲଭଲାଇଫକୁ ସୁଦୃଢ କରିବାକୁ ଚାହୁଁଛନ୍ତି କି, ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ଶବ୍ଦ, ଜାଣିନିଅନ୍ତୁ କଣ….

ନୂଆଦିଲ୍ଲୀ: ଯେକୌଣସି ମଣିଷ ହେଉ ନା କାହିଁକ ନିଜ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆପ୍ରାଣେ ଚେଷ୍ଟା କରିଥାଏ । ତେବେ କୌଣସି ଏକ ଛୋଟ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ଲାଗେ । ତେବେ ଏପରି ପରିସ୍ଥିତିରେ ଜଣେ ନିରୁପାୟ ଲୋକେ କଣ କରିବା ତାହା ଜାଣି ନଥାଏ । ତେବେ ଏପରି ପରିସ୍ଥିତିରେ ନଡରି ଉକ୍ତ ଘଟଣାକୁ ସହଡ ଓ ସୁବିଧାରେ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ । ପ୍ରତ୍ୟେକ କଥାରେ “ମୁଁ”ପରିବର୍ତ୍ତେ “ଆମେ” ବ୍ୟାବହାର କରନ୍ତୁ । ଏବଂ ନିଜ କହିବା ଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ । ଏକ ଗବେଷଣା ଏଥିଲାଗି କରାଯାଇଥିବାର ସୂଚନା ମିଳିଛି । “ମୁଁ” ପରିବର୍ତ୍ତେ “ଆମେ” ବ୍ୟବହାର କଲେ ଯେକୌଣସି ସମ୍ପର୍କ ହେଉ ନା କାହିଁକି ତାହା ସୁଦୃଢ ହେବ ବୋଲି ଜଣା ପଡିଛି । କହି ରଖେ କି ଏହି ଗବେଷଣାରେ ପାଖାପାଖି ୫୩୦୦ ଲୋକ ସାମିଲ ହୋଇଥିଲେ । ଏହି ଗବେଷଣାରେ ଅନେକ ଲୋକ ତାଙ୍କ ସମ୍ପର୍କକୁ ସୁଦୃଢ ରଖିବାକୁ “ଆମେ” ଏବଂ “ଆମର” ବ୍ୟବହାର କରି ଖୁବ ଖୁସି ଥିବାର ଜଣା ପଡିଛି । ସେପଟେ ‘ଲିଡ’ର ଲେଖକ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ ନିଜ ଲଭଲାଇଫରେ ଆମେ ଶବ୍ଦ ବ୍ୟାହାର କରନ୍ତି ସେ ସମ୍ପର୍କ ଅଧିକ ରୋମାଣ୍ଟିକ ଓ ସ୍ୱତନ୍ତ୍ର ହୋଇଥାଏ ବୋଲି କହିଥିଲେ । ତେବେ ଏଥିରୁ ଗୋଟିଏ କଥା ଜାଣି ହେଉଛି ଯେ, ସମ୍ପର୍କ ସୁୃଦଢ ଲାଗି “ଆମେ” ଶବ୍ଦ ନିହାତି ଆବଶ୍ୟକ ।