You are here
Home > ଅଧିକ ଖବର > ଅସଦାଚରଣ ହେବା ନେଇ ପ୍ରେସମିଟ କଲେ ଉଷସୀ ମିଶ୍ର: କହିଲା ବେଳେ କାନ୍ଦି ପକାଇଲେ

ଅସଦାଚରଣ ହେବା ନେଇ ପ୍ରେସମିଟ କଲେ ଉଷସୀ ମିଶ୍ର: କହିଲା ବେଳେ କାନ୍ଦି ପକାଇଲେ

ଭୁବନେଶ୍ୱର: ଅସଦାଚରଣର ଶୀକାର ହୋଇଥିବା ଓଲିଉଡ଼ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ର ପ୍ରେସମିଟ କରିଛନ୍ତି । ତିନିଦିନ ତଳେ ଅନୁଗୋଳ ଜିଲ୍ଲା କଣିହାଁ ନିକଟସ୍ଥ ଡ଼େରଙ୍ଗରେ ଏକ ଯାତ୍ରାରେ ଅଭିନୟ କରିବାକୁ ଯାଉଥିବା ବେଳେ ଉଷସୀଙ୍କୁ କିଛି ଲୋକ ଅସଦାଚରଣ କରିଥିଲେ । ତେବେ ତାଙ୍କୁ ମାରିଥିବା ତଥା ଅସଦାଚରଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ କାହିଁକି ଏଯାଏ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ର । ତେବେ ପ୍ରେସମିଟରେ ଅସଦାଚରଣ କଥା କହୁଥିବା ବେଳେ କାନ୍ଦି ପକାଇଥିଲେ ଅଭିନେତ୍ରୀ ଉଷସୀ ।

‘ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଉଷସୀ ରାଜ୍ୟ ଯାତ୍ରା ସଂଘର ସଭାପତି ତଥା ଇଷ୍ଟର୍ଣ୍ଣ ଅପେରା ମାଲିକ ସାଂସଦ ସୌମ୍ୟ ପଟ୍ଟନାୟକଙ୍କୁ ପ୍ରଶ୍ନ କରିବା ସହିତ ଅସଦାଚରଣର ବିସୃତ ବିବରଣୀ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାଂସଦ ସୌମ୍ୟ ପଟ୍ଟନାୟକଙ୍କ ଇଷ୍ଟର୍ଣ୍ଣ ବ୍ଲୁ ଅପେରାରେ କାମ କରୁଥିବା ଉଷସୀ ମିଶ୍ର ଗତ ୨୨ ତାରିଖ ରାତିରେ ଯାତ୍ରା ଚାଲିଥିବା ବେଳେ ଯାତ୍ରାରେ ଅଭିନୟ କରିବାକୁ ସେ କାରରେ ଯାଉଥିଲେ । ରାତି ୩ଟା ବେଳେ ପେଣ୍ଡାଲ ନିକଟରେ ରାସ୍ତା ଜାମ ହୋଇଯାଇଥିଲା । ତାଙ୍କ କାର ଫସିଯାଇଥିଲା । କାର ହଟାଇବାକୁ କିଛି ଲୋକ ତାଙ୍କୁ ଗାଳି ଗୁଲଜ କରିଥିଲେ । ଏହି ସମୟରେ ଇନ୍ଦ୍ରମଣୀ ସ୍ୱାଇଁ ନାମକ ବ୍ୟକ୍ତି ତାଙ୍କୁ ଖୁବ୍ ଜୋର୍ରେ ପଛଆଡ଼ୁ ଧକ୍କା ଦେଇଥିଲା । ଏଥିରେ ରାଗିଯାଇ ଉଷସୀ ତାଙ୍କୁ ଚାପୁଡ଼ା ମାରିଥିଲେ । ଇନ୍ଦ୍ରମଣୀ ଓ ତାର ୨ ପୁଅ ଉଷସୀଙ୍କ ଚୁଟି ଧରି ମାଡ଼ ମାରି ଚାଲିଥିଲେ ଏବଂ ତଳେ ପକାଇ ଅସଦାଚରଣ କରିଥିଲେ । ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଗାଡ଼ି ଭାଙ୍ଗି ଦେଇଥିଲେ । ପରେ ଇନ୍ଦ୍ରମଣୀ ତାଙ୍କ ଗୋଡ଼ ଧରି କ୍ଷମା ମାଗିବା ସହିତ ପେଣ୍ଡାଲକୁ ଆସି ହଙ୍ଗାମା କରିଥିଲା । ଏତଲା ଦେବାର ତିନିଦିନ ଘଟିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ ହୋଇନଥିବା ଜଣାଇ କ୍ଷୋଭ ପ୍ରକାଶ କରିଥିଲେ ଉଷସୀ ମିଶ୍ର । ସେ ଏହି କଥା ସାମ୍ବାଦିକଙ୍କୁ ବର୍ଣ୍ଣନା କରୁଥିବା ବେଳେ କାନ୍ଦୁଥିବାର ଦେଖାଯାଇଥିଲା । ନିକଟରେ ବସିଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ ତାଙ୍କୁ ଥୟ ଧରିବାକୁ ଚେଷ୍ଟା କରିଥିଲେ । ଏହି ପ୍ରେସମିଟରେ ଅନେକ ବରିଷ୍ଠ ସିନେ ଅଭିନେତା ଯୋଗ ଦେଇଥିଲେ ।

Loading...
ONA
Top