‘ମି ଠୁ’ ଅଭିଯାନକୁ ନେଇ ଚେଇଁ ଉଠିଲା କେନ୍ଦ୍ର, ଅଭିଯୋଗ ସତ୍ୟତାକୁ ନେଇ ଗଠନ କରିବ କମିଟି

ନୂଆଦିଲ୍ଲୀ : କିଛି ଦିନ ହେବ ବଲିଉଡରେ ସୃଷ୍ଟି କରିଥିବା ‘ମି ଠୁ’ ଝଡକୁ ନେଇ ସାରା ଦେଶ ସଜାଗ ହୋଇ ଉଠିଛି । ତେବେ ଏହି ଅଭିଯୋଗର ଏବେ ଜନଶୁଣାଣି ହେବ ବୋଲି ସୂଚନା ମିଳିଛି । ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ପ୍ୟାନେଲ ଗଠନ ହେବ । ଏନେଇ ସୁଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ । ମେନକା କରିଛନ୍ତି ଯେ ‘ମି ଠୁ’ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ୟାନେଲ୍ ଗଠନ କରାଯିବ । ଏହି ପାନେଲ୍ ଜନଶୁଣାଣି କରି‘ମି ଠୁ’ ଅଭିଯାନ ଜରିଆରେ ଆସୁଥିବା ଅଭିଯୋଗର ବିଚାର କରିବେ । ଏହି ପ୍ୟାନେଲ ଜନଶୁଣାଣିରେ ସାଧାରଣ ଲୋକ ବି ନିଜ ମତ ରଖିପାରିବେ । କେନ୍ଦ୍ରମନ୍ତ୍ରୀଙ୍କ କହିବା ମୁତାବକ ସୋସିଆଲ୍ ମିଡିଆରେ ହୋଇଥିବା କିଛି ଅଭିଯୋଗକୁ ନେଇ ସନ୍ଦେହ ରହିଛି । ତାହା କେତେ ଦୂର ସତ ପରଖିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି । କେନ୍ଦ୍ର କ୍ୟାବିନେଟରେ ମାନେକାଙ୍କ ସହକର୍ମୀ ଥିବା ବୈଦେଶିକ ରାଜ୍ୟ ମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ପାଇଁ ଘୋଷଣା ହୋଇଛି ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here