ଦେଶର ଅର୍ଥନୀତିରେ ଚାଟାର୍ଡ ଏକାଉଂଟାଂଟଙ୍କ ଭୂମିକା ଗୁରୁତ୍ୱପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ

1

କଟକ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶର ଅର୍ଥନୀତି ସବୁଠାରୁ ଉଜ୍ୱଳ ଦେଖା ଯାଉଥିବା ବେଳେ ଦେଶର ଚାଟାର୍ଡ ଏକାଉଂଟାଂଟ ସମୁଦାୟର ଭୂମିକା ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ ହୋଇଛି ବୋଲି ଚାଟାର୍ଡ ଏକାଉଂଟାଂଟ୍ସ କନଫ୍ରେନ୍ସ -୨୦୧୮କୁ ଉଦଘାଟନ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ସୁସ୍ଥ ଅର୍ଥନୀତି ଓ ଆର୍ଥିକ ଇକୋ ସିଷ୍ଟମକୁ ଉତମ ଭାବରେ ସମର୍ଥନ ଯୋଗାଇ ଦେଶର ଚାଟାର୍ଡ ଏକାଉଂଟାଂଟ ସମୁଦାୟ ସେମାନଙ୍କର ଆର୍ଥିକ ପ୍ରବନ୍ଧନର ନିପୁଣତା ପାଇଁ ବିଶ୍ୱ ସମୁଦାୟର ପ୍ରଶଂସାର ପାତ୍ର ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶର ଅର୍ଥନୈତିକ ବିକାଶରେ ଚାଟାର୍ଡ ଏକାଉଂଟାଂଟ ସମୁଦାୟର ଗୁରୁତ୍ୱପୂର୍ଣ ଭୂମିକା ଥିବା ବେଳେ ଓଡିଶାର ଅମାପ ସମ୍ଭାବନା ତଥା ବର୍ତମାନର ଭାରତ ସରକାରଙ୍କର ଦୃଢ ଭିତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ନେଉଛନ୍ତି । ଏପରି ଅନୁକୂଳ ପରିସ୍ଥିତିରେ ରାଜ୍ୟର ଯୁବ ଶକ୍ତିକୁ କେବଳ ଚାକିରୀରେ ସୀମିତ ନ କରି ସେମାନଙ୍କର ମାନସିକତା ଉଦ୍ୟମୀ ହେବା ପାଇଁ ତିଆରି କରିବାରେ ଚାଟାର୍ଡ ଏକାଉଂଟାଂଟ ସମୁଦାୟ ନେଇ ପାରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିମୁଦ୍ରୀକରଣ ଅର୍ଥନୀତିକୁ ସ୍ୱଚ୍ଛ କରିଛି । ଜିଏସଟି ଦୋହରା କର ବ୍ୟବସ୍ଥାକୁ ସରଳ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here