You are here
Home > ବଡ଼ଖବର > ଶ୍ରୀମନ୍ଦିରର ନୀତିକାନ୍ତିରେ ବିଭ୍ରାଟ ଓଡ଼ିଆ ଭାବାବେଗକୁ ପ୍ରଭାବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିରର ନୀତିକାନ୍ତିରେ ବିଭ୍ରାଟ ଓଡ଼ିଆ ଭାବାବେଗକୁ ପ୍ରଭାବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଜଗନ୍ନାଥ ମନ୍ଦିରର ନୀତିକାନ୍ତିରେ ଦେଖା ଦେଇଥିବା ବିଭ୍ରାଟ ଓଡ଼ିଆ ଭାବାବେଗକୁ ଦୃଷ୍ଟିରେ ରଖି ସରକାର ତାଙ୍କର ଦାୟିତ୍ୱ ନିର୍ବାହ କରିଥିଲେ ନା ମହାପ୍ରଭୁ ଭୋକରେ ରହିଥାନ୍ତେ ନା ଭକ୍ତମାନଙ୍କୁ ମହାପ୍ରସାଦ ମିଳିବାରେ ଅସୁବିଧା ହୋଇଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, “ମହାପ୍ରଭୁଙ୍କ ରୀତି ନୀତି ନିର୍ଧାରିତ ନିର୍ଦ୍ଧିଷ୍ଟ ” ଶ୍ରୀଜଗନ୍ନାଥ ମନ୍ଦିରର ନୀତି କାନ୍ତିରେ ଦେଖା ଦେଇଥିବା ବିଭ୍ରାଟ ନେଇ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ – ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ନିର୍ବାହ କରିଥିଲେ ନା ମହାପ୍ରଭୁ ଭୋକରେ ରହିଥାନ୍ତେ ନା ଭକ୍ତ ମାନଙ୍କୁ ମହାପ୍ରସାଦ ମିଳିବାରେ ଅସୁବିଧା ହୋଇଥାନ୍ତା ଶ୍ରୀମନ୍ଦିରର ନୀତି କାନ୍ତିରେ ବିଭ୍ରାଟ ଓଡିଆ ଭାବାବେଗକୁ ପ୍ରଭାବିତ କରିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ “ ମହାପ୍ରଭୁଙ୍କ ରୀତି ନୀତି ନିର୍ଧାରିତ ନିର୍ଦିଷ୍ଟ ବିଧି ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେଉ ସବୁ ଜଗନ୍ନାଥପ୍ରେମୀଙ୍କର ଏକାନ୍ତ ଇଚ୍ଛା । ମହାପ୍ରଭୁ ଯେହେତୁ କେବଳ ଓଡିଆ ଜାତି ନୁହନ୍ତି ତାଙ୍କର ଅଗଣିତ ଭକ୍ତଙ୍କର ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ଏହି ସମସ୍ତ କାର୍ଯ୍ୟକୁ ସଠିକ ଭାବେ ସମାପନ କରିବା ମହାପ୍ରଭୁଙ୍କ ସେବାୟତ ଓ ପ୍ରଶାସନର ଦାୟିତ୍ୱ ।” ଶ୍ରୀ ପ୍ରଧାନ କହିଛନ୍ତି ଯେ “ଚିନ୍ତା ଓ ପରିତାପର ବିଷୟ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପବାସରେ ରହିବାକୁ ପଡିଲା । ଭକ୍ତଙ୍କୁ ମହାପ୍ରସାଦ ମିଳି ପାରିଲା ନାହିଁ । ”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ “ଏପରି ସମ୍ବେଦନଶୀଳ ବିଷୟରେ ରାଜ୍ୟ ସରକାର ନିଜର ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିଥିଲେ ଏପରି ଅଭାବନୀୟ ପରିସ୍ଥିତିକୁ ଏଡା ଯାଇପାରିଥାନ୍ତା । ମନ୍ଦିର ସେବାୟତ ମାନଙ୍କ ସହିତ ଆପୋଷ କଥାବାର୍ତ୍ତା ମାଧ୍ୟମରେ ସମାଧାନର ରାସ୍ତା କାଢିବା ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ମନ୍ଦିର ପାଇଁ ତିଆରି କରା ଯାଇଛି । ”

ସେ ଆହୁରି କହିଛନ୍ତି ଯେ “ ଓଡିଆ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏତିକି ଦାୟିତ୍ୱ ନିର୍ବାହ କରିଥିଲେ ନା ମହାପ୍ରଭୁ ଭୋକରେ ରହିଥାନ୍ତେ ନା ଭକ୍ତ ମାନଙ୍କୁ ମହାପ୍ରସାଦ ମିଳିବାରେ ଅସୁବିଧା ହୋଇଥାନ୍ତା । ” ମନ୍ଦିରରେ ଭକ୍ତ ମାନଙ୍କ ସୁବିଧା ଓ ସୁପରିଚାଳନା ପାଇଁ ସଂସ୍କାର କମିଶନଙ୍କ ସୁପାରିଶ ଉପଲବ୍ଧ ରହିଛି । ମନ୍ଦିର ଭିତରର ବ୍ୟବସ୍ଥା, ଦର୍ଶନ ଓ ଅନ୍ୟାନ୍ୟ ପରିଚାଳନାଗତ ଅସଙ୍ଗତିକୁ ଦୂର କରିବାକୁ ରାଜ୍ୟ ସରକାରଙ୍କୁ ହିଁ ଦୃଢ ଇଚ୍ଛାଶକ୍ତିର ସହିତ କାମ କରିବା ପାଇଁ ଆଗେଇ ଆସିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରେ କହିଛନ୍ତି ।

Loading...
ONA

Leave a Reply

Top