ଆଗତ ହେଲା ବଜେଟ୍ ୨୦୧୭

2

♦ ରେଳ ବଜେଟ୍ରେ ଓଡ଼ିଶାକୁ ୫୧୦୨ କୋଟି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର ଲୋକସଭାରେ ୨୦୧୭-୧୮ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ଆମ ସରକାର ଉପରେ ଜନତାଙ୍କର ବହୁ ଭରସା ରହିଛି । ତେଣୁ ସରକାରଙ୍କ ତରଫରୁ ଦରବୃଦ୍ଧି ଏବଂ ଭ୍ରଷ୍ଟାଚାର ରୋକିବା ତଥା କଳାଧନ ଉପରେ ରୋକ ଲଗାଇବା ପାଇଁ ପ୍ରଚେଷ୍ଟା ଚାଲୁ ରହିଛି । ଜେଟଲିଙ୍କ ଦ୍ୱାରା ଅବସ୍ଥାପିତ ବଜେଟରେ ଚାଷୀ ଗ୍ରାମାଞ୍ଚଳ ବିକାସ, ଯୁବ, ଶିକ୍ଷା, ଗରିବଙ୍କ ଘର ଏବଂ ଡିଜିଟାଲ ଇକୋନୋମି ପରି ୧୦ଟି ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେପଟେ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ସାଧାରଣ ବଜେଟ ଓ ରେଲ ବଜେଟ୍ ମିଳିତ ଭାବେ ଆସିଛି । ରେଳ ବଜେଟ୍ରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଗତ ରେଳ ବଜେଟରେ ରାଜ୍ୟକୁ ୪୬୮୨କୋଟି ଟଙ୍କା ମିଳିଥିଲା । ଚଳିତ ଚଳିତ ବର୍ଷରେ ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here