ପ୍ରେମର କରୁଣ ପରିଣତି, ପ୍ରେମିକା ଲାଗି ଭଣଜାକୁ ହତ୍ୟା କରିବା ପରେ ବାଲକୋନୀରେ ପୋତିଲା ମାମୁଁ, ପଢନ୍ତୁ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ସମ୍ପର୍କରେ ଲାଗିଲା ନିଆଁ | ପ୍ରେମ ଲାଗି ଭଣଜାକୁ ହତ୍ୟା କଲା ମାମୁଁ | କେବଳ ହତ୍ୟା ନୁହେଁ ହତ୍ୟା କରିବା ପରେ ତାକୁ ଘରର ବାଲକୁନିରେ ପୋତିବା ସହ ଗଛ ଲଗାଇଲା ମାମୁଁ | ଏପରି ଅଭାବନୀୟକାଣ୍ଡ ଘଟିଛି ନୂଆଦିଲ୍ଲୀରେ | ତେବେ ଏହି ହତ୍ୟା କରିଥିବା ମାମୁଁ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବିଜୟ କୁମାର ମହାରଣା ଓ ମୃତ ଭଣଜା ହେଉଛନ୍ତି ଜୟପ୍ରକାଶ | ହତ୍ୟାର ସାଂଘାତିକ ଅଭିଯୋଗ ଆଣିବାର ୩ବର୍ଷ ପରେ ବିଜୟଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌ । ମାମୁଁଙ୍କ ପ୍ରେମିକା ସହ ଭଣଜାର ବେଶୀ ମିଳିମିଶା ଲାଗି ଭଣଜା ହତ୍ୟା କରିଥିଲା ମାମୁଁ | ସୁଚନାନୁଯାୟୀ, ବିଜୟଙ୍କ ପ୍ରେମିକା କୌଣସି କାରଣରୁ ଦିଲ୍ଲୀ ଚାଲିଯିବାରୁ ବିଜୟ ମଧ୍ୟ ୨୦୧୨ ମସିହାରେ ଦିଲ୍ଲୀ ଚାଲିଯାଇଥିଲେ । ହାଇଦ୍ରାବାଦରେ ରହୁଥିବା ଭଣଜା ଜୟପପ୍ରକାଶ ମଧ୍ୟ ୨୦୧୫ରୁ ତାଙ୍କ ସହିତ ରହିଆସୁଥିଲା । ଭଣଜା ଜୟପ୍ରକାଶ, ମାମୁଁ ବିଜଯଙ୍କ ପ୍ରେମିକା ସହ ମିଳିମାଶି କରୁଥିବାରୁ ସହି ପାରୁନଥିଲେ ବିଜୟ | ଏହା ପରେ ପରିସ୍ଥିତି ଆହୁରି ସଙ୍ଗିନ ହେବାରୁ ବିଜୟ ଜୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ବନାଇଥିଲେ । ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଜୟ ଶୋଇଥିବାବେଳେ ହିଁ ଏକ ସିଲିଂ ଫ୍ୟାନ୍‌ର ମୋଟରରେ ଜୟଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ବିଜୟ । ଏହାପରେ ଶବକୁ ଘୋଷାଡ଼ି ଘୋଷାଡ଼ି ବାଲ୍‌କୋନୀକୁ ନେଇଥିଲେ ଏବଂ ସେଠାରେ ସେ ଆଗୁଆ ଖୋଳିଥିବା ଗାତରେ ଭଣଜାକୁ ପୋତିଦେଇଥିଲେ । ପୁଲିସ୍‌ ସନ୍ଦେହରୁ ବଞ୍ଚିବାପାଇଁ ସେ ସେଠାରେ ଗଛ ଲଗାଇଦେଇଥିଲେ । ଏହାର ଗୋଟିଏ ସପ୍ତାହପରେ ସେ ପୁଲିସ୍‌ରେ ଭଣଜା ନିଖୋଜ ଥିବା ଜଣାଇଥିଲେ। ଏପରିକି ତାଙ୍କୁ ଭଉଣୀଙ୍କୁ ମଧ୍ୟ ସମାନ ଉତ୍ତର ରଖିଥିଲେ ଯେ, ସେ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇ ଆଉ ଫେରିନି। ୨୦୧୭ ମସିହାରେ ସେ ହାଇଦ୍ରାବାଦ ଚାଲିଯାଇଥିଲେ । ଅକ୍ଟୋବର ୨୦୧୮ରେ ଏହି କୋଠାର ମରାମତି କାମ ଚାଲିଥିଲାବେଳେ ଜୟପ୍ରକାଶଙ୍କ କଙ୍କାଳ ମିଳିଥିଲା । କଙ୍କାଳ ସହିତ ନିଳରଙ୍ଗର ଜ୍ୟାକେଟ୍‌, ଶାର୍ଟ, ବେଡ୍‌ସିଟ୍‌, କମ୍ବଳ ଏବଂ ଗଦି ପୋତାଯାଇଥିବା ଜଣାଯାଇଛି। ଏହାପରେ କୋଠା ମାଲିକ ବିକ୍ରମ ସିଂହ ହିଁ ବିଜୟଙ୍କ ବାବଦରେ ଜଣାଇଥିଲେ ।
ତଦନ୍ତ ସମୟରେ ବିଜୟଙ୍କ ପରିବାରର କେହି ମଧ୍ୟ ତାଙ୍କ ଠିକଣା ଜାଣିନଥିବା କହିଥିଲେ । ସେ ମୋବାଇଲ ନମ୍ବର ପରିବର୍ତ୍ତନ କରିବା ସହିତ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ସେସବୁକୁ ବନ୍ଦ କରିଦେଇଥିଲେ। କିଛି ସପ୍ତାହର ତନାଘନା ପରେ ଶେଷରେ ଟେକ୍ନିକାଲ ସର୍ଭେଲାନ୍ସରୁ ତାଙ୍କୁ ଧରାଯାଇଥିଲା । ତେବେ ଏପରି ହତ୍ୟା କରି ପୁଲିସ ଠାରୁ କିପରି ଦୂରେଇ ପାରିଲେ ବିଜୟ ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ବୁଦା ମୂଳରୁ ମିଳିଲା କୋରିୟର ବୟଙ୍କ କ୍ଷତାକ୍ତ ଶରୀର

 

1 COMMENT

  1. I used to be suggested this web site via my cousin. I
    am not certain whether or not this submit is written by means of him as nobody else recognize such distinct approximately my difficulty.

    You are wonderful! Thank you!authentic basketball jerseyshttp://living-for-today.3929644.n2.nabble.com/talks-about-Time-combined-with-KKK-cbs-television-studios-ch-td7559040.htmlhttp://fadysriare.forumcrea.com/viewtopic.php?pid=1570

ମତାମତ ଦିଅନ୍ତୁ

Please enter your comment!
Please enter your name here