ୟୁଜିସି ଶିକ୍ଷକଙ୍କ ପାଇଁ ଖୁସିର ଖବର,୨୦୧୬ ଜାନୁଆରୀ ୧ରୁ ବର୍ଦ୍ଧିତ ହାରରେ ୟୁସିସି ବେତନ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକଙ୍କୁ ବର୍ଦ୍ଧିତ ହାରରେ ୟୁସିସି ବେତନ ପ୍ରଦାନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ସହିତ ୨୦୧୬ ଜାନୁଆରୀ ୧ରୁ ଯେଉଁ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ୟୁସିସି ହାରରେ ଦରମା ପାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଉକ୍ରଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣକାଳିନ ଶିକ୍ଷକ ଏହି ବର୍ଦ୍ଧିତ ବେତନ ପାଇବେ ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଏହା ଅଧିନସ୍ଥ କଲେଜ ବୁର୍ଲା ଭିସୁଟ, ସରାଙ୍ଗ ଇନ୍ଦିରାଗାନ୍ଧୀ ଇନଷ୍ଟିଚୁୂ୍ୟଅଫ ଟେକ୍ନୋଲୋଜି, ଓୟୁଏଟି ଏବଂ ସରକାରୀ ମେଡିକାଲ ଶିକ୍ଷକମାନେ ମଧ୍ୟ ଏହି ବର୍ଦ୍ଧିତ ହାରରେ ୟୁଜିସି ବେତନ ପାଇପାରିବେ । ୨୦୧୬ ଜାନୁଆରୀ ୧ରୁ ଏହା ଲାଗୁ ହେବ । ବିଶ୍ୱବିଦ୍ୟାଳୟ କଲେଜସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ଆଧାରରେ ବର୍ଦ୍ଧିତ ବେତନ ଦିଆଯିବ ।
ସପ୍ତମ କେନ୍ଦ୍ରୀୟ ବତନ ଆୟୋଗ ଯେଉଁ ଢ଼ାଞ୍ଚାରେ ବେତନ ଧାର୍ଯ୍ୟ କରିଛନ୍ତି ସେହି ଢ଼ାଞ୍ଚାରେ ଏହି ବର୍ଦ୍ଧିତ ଦରମା ମିଳିବ । ପେ-ବ୍ୟାଣ୍ଡ ଏବଂ ଏକାଡେମିକ ଗ୍ରେଡ ପେକୁ ନେଇ ଏକାଡେମିକ ଲେଭଲ୍ସ ଓ ସେଲ କରାଯିବ । ଏହି ବର୍ଦ୍ଧିତ ହାରର କୁପପତିମାନେ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ । ଏହାଛଡ଼ା ମାସିକ ୫ ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ରହିବ । ଡିଗ୍ରୀ କଳେଜ ପନ୍ସିପାଲ, ଆସୋସିଏଟ ପ୍ରଫେସରସ୍ତରରେ ବର୍ଦ୍ଧିତ ଦରମା ପାଇବେ । ତାଙ୍କୁ ମାସିକ ସ୍ୱତନ୍ତ୍ର୨ ହଜାର ଟଙ୍କା ଭତ୍ତା ଦିଆଯିବ । ଲିଡ କଲେଜ ପ୍ରିନ୍ସିପାଲ ପ୍ରଫେସର ପଦବୀ ଢ଼ାଞ୍ଚାରେ ଦରମା ପାଇବେ ଓ ମାସିକ ୩ ହଜାର ଟଙ୍କାସ୍ୱତନ୍ତ୍ର ଭତ୍ତା ମିଳିବ । ଅଟୋନୋମସ କଲେଜ ପ୍ରିନ୍ସିପାଲ ସେହିଭଳି ପ୍ରଫେସର ପାହ୍ୟାରେ ଦମା ପାଇବା ବେଳେ ସ୍ୱତନ୍ତ୍ର ଭତ୍ତା ୩ ହଜାର ଟଙ୍କା ଲେଖାଏଁ ପାଇବେ ।
୨୦୧୬ ଜାନୁଆରୀ ୧ରୁ ଡିଏ ମିଳିବନାହିଁ । ୨୦୧୬ ଜୁଲାଇ ୧ରୁ ୨ ପ୍ରତିଶତ ଡିଏ ମିଳବିା ବେଳେ ୨୦୧୭ ଜାନୁଆରୀ ୧ରୁ ୪ ପ୍ରତିଶତ, ୨୦୧୭ ଜୁଲାଇ ୧ରୁ ୫ ପ୍ରତିଶତ , ୨୦୧୮ ଜାନୁଆରୀ ୧ରୁ ୭ ପ୍ରତିଶତ ଓ ୨୦୧୮ ଜୁଲାଇ ୧ରୁ ୯ ପ୍ରତିଶତ ଡିଏ ମିଳିବ । ବିଶ୍ୱବିଦ୍ୟାଳୟ ଓ କଜେଳ ଶିକ୍ଷକଙ୍କ ଅବସର ବୟସ ୬୦ ବର୍ଷ କରାଯାଇଛି । ବର୍ଦ୍ଧିତ ହାରରେ ମଧ୍ୟ ପେନସନ ମିଳିବ । ବର୍ଦ୍ଧିତ ହାରରେ ୟୁଜିସି ବେତନ ପ୍ରଦାନ କ୍ଷେତ୍ରରେ ଅସଙ୍ଗତି ରହିଲେ ଉଚ୍ଚଶିକ୍ଷା ବିଭାଗ ଏନେଇ ଅର୍ଥବିଭାଗ ସହିତ ଆଲୋଚନା କରି ନିଷ୍ପତ୍ତି କରାଯିବ ବୋଲି ଜଣାପଡ଼ିଛି ।

ଶିକ୍ଷକଙ୍କୁ ମୋବାଇଲ ମନା, ପ୍ରଶ୍ନପତ୍ର ଜଗିବ ସିସିଟିଭି