ପୁଣି ଦୁଇ ବାଘ ଛୁଆ ମୃତ, ଟ୍ରେନ ପଟରିରେ ଗଲା ଜୀବନ

ମୁମ୍ବାଇ: ରାଜ୍ୟରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଚାରିଆଡ଼େ ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ଘଟୁଥିବାର ସୂଚନା ମିଳିଛି । ଗତକାଲି ଓଡ଼ିଶାର ସାତକୋଶିଆରେ ମହାବୀର ଏକ ବାଘର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ଦୁଇଟି ବାଘ ଛୁଆଙ୍କ ଜୀବନ ଚାଲିଯାଇଛି । ଏହି ଦୁଇ ବାଘ ଛୁଆଙ୍କୁ ଏକ ଦ୍ରୁତଗାମୀ ଟ୍ରେନ୍‌ ଧକ୍କା ଦେବାରୁ ସେମାନଙ୍କୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ନାଗବିହିଡ ରେଳ ଷ୍ଟ୍ରେସନ୍‌ ମଧ୍ୟରେ ଏହି ଘଟଣାଟି ଘଟିଛି । ଆଜି ସକାଳ ପ୍ରାୟ ୭.୩୦ରେ ବାଲହାରଶାହା-ଗୋଣ୍ଡିଆ ପାସେଞ୍ଜର ଟ୍ରେନ୍‌ ଏହି ରେଳ ଧାରଣା ଅତିକ୍ରମ କରୁଥିଲା । ଏହି ସମୟରେ ଦୁଇଟି ବାଘ ଛୁଆ ଟ୍ରେନ୍‌ ଲାଇନ୍‌କୁ ଚାଲିଆସିଥିଲେ । ଫଳରେ ଟ୍ରେନ୍‌ ଧକ୍କାରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଉଭୟ ବାଘ ଛୁଆଙ୍କ ବୟସ ୬ ମାସ ହେବ । ଏହାପୂର୍ବରୁ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ମଧ୍ୟ ବାଘମାନଙ୍କର ମୃତ୍ୟୁ ଘଟିଥିଲା । ତେବେ ବ୍ୟାଘ୍ରଙ୍କର ଏପରି ମୃତ୍ୟୁକୁ ନେଇ ସାରା ସହରରେ ଗୋଟେ ପ୍ରଶ୍ନ ସୃଷ୍ଟି ହୋଇଛି |