ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବାନିମୟ, ଜଣେ ଯବାନ ସହିଦ ଓ ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ: ଆଜି ସକାଳୁ ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟି ଥିବାବେଳେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ସେନା ପକ୍ଷରୁ ସ୍ପଷ୍ଟିକରଣ ମିଳି ପାରି ନାହିଁ । ଜାମ୍ମୁ ଓ କଶ୍ମୀରର କୁଲଗାମ୍ ଜିିଲ୍ଲାର ରେଦଓ୍ଵାନି ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ବଡ଼ି ଭୋରରୁ ଗୁଳି ବିନିମୟ ଆରମ୍ଭ ହୋଇଛି । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ଯବାନଙ୍କୁ ଗୁଳିରେ ପ୍ରାଣ ହରାଇଛନ୍ତି । ତେବେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଉଥିବା ସୂଚନା ମିଳିଛି । ଗୋଟିଏ ପରେ କୁଲଗାମ୍ ଠାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ବେଳେ ପୁଲଓ୍ଵାମ ଠାରେ ଦ୍ୱିତୀୟ ଏନକାଉଣ୍ଟର ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାମ ପର୍ଯ୍ୟନ୍ତ ଏହି ଗୁଳିବିନିମୟ ନିୟନ୍ତ୍ରଣକୁ ଆସୁନଥିବା ସୂଚନା ମିଳିଛି |