ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଭାଇରାଲ କରି ବିଜେପି କର୍ମୀ ଗିରଫ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର, ଫଟୋ କିମିଆ ତ ସମସ୍ତ ବର୍ଗର ଲୋକଙ୍କୁ ଘାରିଛି । ନିଜ ଫଟୋ କିପରି ସୁନ୍ଦର ଲାଗିବେ କିପରି ଅଲଗା ଲାଗିବେ ତାନେଇ ଅନେକ ଖୋଲତାଡ କରିଥାନ୍ତି । କେହିକେହି ନିଜ ଫଟୋରେ ଅଦିକ ଆକର୍ଷଣୀଯ ଲାଗିବା ଲାଗି ଅନେକ ଷ୍ଟାରମାନଙ୍କ ସହ ମଧ୍ୟ ଫଟୋକୁ ଯୋଡିଥାନ୍ତି । କିନ୍ତୁ ଏଥର କୌଣସି ସାଧାରଣ ଫଟୋ କଥା କୁହାଯାଉନି, କୁହାଯାଉଛି ରାଜଯ୍ୟର ମୁଖଯ଼ମନ୍ତ୍ରୀଙ୍କ କଥା । ଉଭୟ ପଶ୍ଚିମବଙ୍ଗ ଓ ଓଡିଶାର ମୁଖ୍ୟମନ୍ତ୍ରୀ କଥା କୁହାଯାଉଛି । ଏକ ଫଟୋ ଯାହା ସୋସିଆଲ ମିଡିଆରେ ଜୋରସୋରସେ ଭାଇରାଲ ହେବାରେ ଲାଗିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିବାଦୀୟ ‘ମର୍ଫଡ’ ଫଟୋ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି । ଏହି ଫଟୋରେ ନବୀନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରହିଛନ୍ତି । ଉଭୟଙ୍କ ମୁହଁକୁ ଏକ ଓଡ଼ିଆ ଫିଲ୍ମର ହିରୋ ହିରୋଇନ୍‌ଙ୍କ ବଦଳରେ ଫଟୋଶପ୍‌ ଜରିଆରେ ମର୍ଫ କରାଯାଇଛି । ଏହି ଫଟୋରେ ନବୀନ ମମତାଙ୍କୁ ପଛପଟୁ ଆଲିଙ୍ଗନ କରି ଧରିଛନ୍ତି । ଏହି ଫଟୋଟି ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୂଳ ଫଟୋଟି ଓଡ଼ିଆ ଫିଲ୍ମ “ସମ୍‌ଥିଙ୍ଗ୍‌ ସମଥିଙ୍ଗ”ର ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଫଟୋର ତଳେ ମଧ୍ୟ ସମଥିଙ୍ଗ ସମଥିଙ୍ଗ ଲେଖାଯାଇଛି । ଏହି ପୋଷ୍ଟର୍‌ରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛବି ରହିଥିଲା । ତେବେ ଏହି ବିକୃତ ଫଟୋକୁ ପଶ୍ଚିମବଙ୍ଗ ମିଦନାପୁରର ଶାଲବନୀ ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତର ଅଞ୍ଚଳର ବାବୁୟା ଘୋଷ କରିଛନ୍ତି । ସେ ଜଣେ ବିଡେପି କର୍ମୀର ବୋଲି ମଧ୍ୟ ସୂଚନା ମିଳିଛି । ସେ ଏପରି କରିବା ପରେ ଏହାକୁ ଫେସବୁକରେ ଛାଡିଥିଲେ ।
ଯଦି ଜଣେ ଠିକ୍‌ ବୟସ୍‌ରେ ବିବାହ ନ କରେ, ତା’ହେଲେ ତା’ର ଅବସ୍ଥା କ’ଣ ହୁଏ ବୋଲି ମଧ୍ୟ ସେ ଫେସ୍‌ବୁକ୍‌ରେ ଏକ ଆଲେଖ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଯଦି ଜଣେ ପୁଅ ଠିକ୍‌ ସମୟରେ ବାହା ନହୁଏ, ତା’ହେଲେ ସେ ପାଗଳପ୍ରାୟ ହୋଇଯାଏ । କିନ୍ତୁ ଯଦି ଜଣେ ଝିଅ ଉଚିତ୍‌ ବୟସରେ ବାହା ନହୁଏ, ତା’ହେଲେ ସେ କେମିତି କାର୍ଯ୍ୟ କରିଥାଏ, ସେକଥା ଏବେ ସମଗ୍ର ପଶ୍ଚିମବଙ୍ଗ ଦେଖୁଛି । ଏହାପରେ ସେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ଏକ ବିକୃତ ଫଟୋକୁ ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି । ଏହି ଫଟୋ ଭାଇରାଲ୍‌ ହେବା ପରେ ପୁଲିସ୍‌ ବାବୁୟାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ସେ ଏଭଳି ବିବାଦୀୟ ପୋଷ୍ଟ କରିବାର ନଜିର ରହିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here