ରାଜ୍ୟରେ ବଢୁଛି ଅପରାଧର ସଂଖ୍ୟା, ଗୋଟିଏ ଜିଲ୍ଲାର ଦୁଇଟି ସ୍ଥାନରେ ହତ୍ୟାକାଣ୍ଡ ଅଭିଯୋଗ

https://www.facebook.com/nnsodia/videos/267154983995629/?t=5

କଟକ : ରାତି ପାହିଲେ କିଛି ଶୁଣିବାକୁ ମିଳୁ କି ନମିଳୁ କିନ୍ତୁ ଅପରାଧ ଓ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଭଳି ନିନ୍ଦନୀୟ କାଣ୍ଡ ଶୁଣିବାକୁ ନିଶ୍ଚିତ ଭାବେ ମିଳିବ | ଆଜି ଏପରି ଦୁଇଟି ଘଟଣା ସାମନାକୁ ଆସିଛି ଯାହା ଲଜ୍ଜ୍ୟରେ ମୁଣ୍ଡ ନଇଁଯିବ | ସାମନ୍ୟ ଘଟଣାକୁ ନେଇ ଦୁଇ ଦୁଇଟି ସ୍ଥାନରେ ହତ୍ୟାକାଣ୍ଡ ହୋଇଛି | ଗୋଟିଏ କଟକର କନ୍ଦରପୁରରେ ହୋଇଥିବାବେଳେ ଅନ୍ୟଟି ଆଠଗଡ଼ ଅଞ୍ଚଳରେ ହୋଇଥିବାର ଅଭିଯୋଗ ହୋଇଛି | ଗୋଟିଏ ଘଟଣାରେ କଟକ ବିଦ୍ୟାଧରପୁର ଅଞ୍ଚଳର ୨୭ ବର୍ଷିୟ ଯୁବକ ସୁନିଲ ମହାରଣାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ଆଠଗଡ଼ ରାଧାଗୋବିନ୍ଦପୁରର ୪୭ ବର୍ଷୀୟ ଯଦୁମଣି ରାଉତଙ୍କର ଜୀବନ ଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସଂଘବଦ୍ଧ ଆକ୍ରମଣରେ ଯଦୁମଣିଙ୍କର ପ୍ରାଣ ଯାଇଥିବା ଅଭିଯୋଗ ହୋଇଛି । ଯଦୁମଣିଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସୁନିଲଙ୍କ କ୍ଷତବିକ୍ଷତ ମୃତଦେହ କନ୍ଦରପୁର ରେଳ ଧାରଣା କଡ଼ରୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ସୁନିଲ ତାଙ୍କର ୩ ବଂଧୁଙ୍କ ସହ ଭୋଜି କରୁଥିଲେ । ରାତି ପ୍ରାୟ ସାଢ଼େ ଏଗାରଟା ବେଳେ କୌଣସି ଫୋନ୍‌ ପାଇ ସେ ବଂଧୁମାନଙ୍କୁ ଆସୁଛନ୍ତି ବୋଲି କହି ଚାଲି ଯାଇଥିଲେ । କିନ୍ତୁ ଆଜି ତାଙ୍କର ମୃତଦେହ ରେଳ ଧାରଣା ପାର୍ଶ୍ୱରୁ ମିଳି ଥିଲା । ତେବେ କିଏ ଏବଂ କାହିଁକି ଏପରି ନୃଶଂସ ହତ୍ୟାକାଣ୍ଡ କରିଛି ତାହାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here