ପୋଖରୀରେ ବୁଡିଗଲେ ଭାଇଭଉଣୀ

https://www.facebook.com/nnsodia/videos/267154983995629/?t=5

ମାଲକାନଗିରି: ପୁଣି ରାଜ୍ୟରେ ଘଟିଲା ଅଘଟଣ | ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶିଶୁ । ମୃତ ଦୁଇ ଶିଶୁ ସମ୍ପର୍କୀୟ ଭାଇଭଉଣୀ ହେବେ ବୋଲି ଜଣାପଡ଼ିଛି । ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍‌ ସାଲିମାରିକୁଣ୍ଡା ଗାଁରେ । ମୃତ ଶିଶୁ ଦ୍ୱୟ ହେଲେ ୫ ବର୍ଷିୟା ରାନୀ ପଡ଼ିଆମୀ ଓ ୬ ବର୍ଷିଯ ବିବେକ ମାଡ଼କାମୀ । ସୁଚନାନୁଯାୟୀ, ଆଜି ସକାଳେ ଭାଇଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ । ପରିବାର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଦୁହେଁ ପୋଖରୀ ଭାସୁଥିବା ଦେଖିଥିଲେ । ସେମାନଙ୍କୁ ଉଦ୍ଧାର କରି କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ଘଟିବା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇ ଥିବାର ଜଣାପଡିଛି ।

ପୁଣି ରାଜ୍ୟରେ ଲଜ୍ଜ୍ୟକାଣ୍ଡ, ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ମତାମତ ଦିଅନ୍ତୁ

Please enter your comment!
Please enter your name here