ବକ୍ସିଂ: କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ଦୁଇ ଭାରତୀୟ ଅମିତ ଓ ମୀନା କୁମାରୀ

ନୂଆଦିଲ୍ଲୀ:ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ବିଜେତାଭାରତୀୟ ବକ୍ସର ଅମିତ ଫଘଲ ଓ ମୀନା କୁମାରୀ । ବୁଲଗେରିଆର ସୋଫିଆରେ ଚାଲିଥିବା ଷ୍ଟାନଜା ବକ୍ସିଂ ଟୁର୍ଣ୍ଣାମେଣ୍ଟରେ କ୍ୱାଟର ଫାଇନାଲକୁୂ ଉର୍ତ୍ତିନ୍ନ ହୋଇଛନ୍ତି । ସେଠି ୫୯ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ଅମିତ ୟୁକ୍ରେନର ନାଜାର କୁରେତ୍ଚିନଙ୍କୁ ଭେଟିବେ । ୯୧ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ନମନ ତନୱାରଙ୍କୁ ବିଦାୟ ମିଳିଛି । ଶନିବାର ଦିନ ହେବାକୁ ଥିବା ପ୍ରିକ୍ୱାର୍ଟରରେ ସେ ପୋଲାଣ୍ଡର ମାଇକେଲ ସୋଲଜିକ୍କିଙ୍କୁ ଭେଟିବେ ।
ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣପଦକ ବିଜେତା ଗୌରବ ବିଧୁରି ଆମେରିକାର ଆବ୍ରାହବମ ପେରେଜ୍ଙ୍କୁ ଭେଟୁଥିବାବେଳେ ଅଙ୍କୁଶ ଦହିୟା ୬୦ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ଆଜରାବ÷ଜାନର ସାର୍ଖାନ ଅଲିୟେଭଙ୍କୁ ଭେଟିବେ । ମହିଳା ୫୪ କିଗ୍ରା ବର୍ଗରେ ଭାରତର ମୀନା କୁମାରୀ ସିଧାସଳଖ କ୍ୱାର୍ଟର ଫାଇନାଲରେ ଓ ୬୦ କିଗ୍ରା ବର୍ଗରେ ନୀରଜ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସେନିଆ ଲାଥେର ୫୭ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ଦର୍ବିୟାର ଜେଲିନା ଜେକିକ୍ଙ୍କୁୁ ଓ ୫୧ କିଗ୍ରା ପ୍ରଥମ ରାଉଣ୍ଡରେ ପିଙ୍କି ରାଣୀ ଫିଲିପାଇନ୍ସର ଇରିସ୍ ମାଗ୍ନୋଙ୍କୁ ଭେଟିବେ ।