ଦୁଇଦିନିଆ ଏଗ୍ରି ବିକାଶ କର୍ମଶାଳା ଶେଷ, କୃଷି କ୍ଷେତ୍ରରେ ଜ୍ଞାନ କୌଶଳ ଉପଯୋଗ ଓ କୃଷି ଉତ୍ପାଦର ସଠିକ ବଜାର ସଂଯୋଗ ଓଡ଼ିଶାକୁ ସମୃଦ୍ଧ କରିପାରିବ :ଧର୍ମେନ୍ଦ୍ର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଉପଯୋଗ ଓ କୃଷି ଉତ୍ପାଦର ସଠିକ ବଜାର ସଂଯୋଗ ୨୦୨୨ରେ ଭାରତର ସ୍ୱାଧୀନତାର ୭୫ବର୍ଷ ଓ ୨୦୩୬ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ସୁଦ୍ଧା ଭିିନ୍ନଭିନ୍ନ ଲକ୍ଷ୍ୟ ହାସଲ ସହ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହୋଇ ପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଦୁଇ ଦିନିଆ ଏଗ୍ରି ବିକାଶ କର୍ମଶାଳାର ଦ୍ୱିତୀୟ ଦିନ ସମାପନ ଉତ୍ସବରେ ଏହା କହିଛନ୍ତି ଶ୍ରୀ ପ୍ରଧାନ । ସେ କହିଲେ ଓଡ଼ିଶାରେ ସରକାରୀ ଏଜେନ୍ସୀମାନେ ପାଞ୍ଚ ମିଲିୟନ ଟନ ଧାନ ସଂଗ୍ରହ କରୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କର ଚୀନ ରାଷ୍ଟ୍ରଧ୍ୟକ୍ଷଙ୍କ ସହ କଥାବାର୍ତ୍ତାରେ ଏକ-ଦୁଇ ମିଲିୟନ ଟନ ଅଣ ବାସୁମତୀ ଚାଉଳ ଚୀନକୁ ପଠାଇ ଦିଆଯାଇ ପାରିବ ତା ହେଲେ ଓଡ଼ି।। ଚାଷୀମାନେ ବହୁଳ ଭାବେ ଲଭବାନ ହୋଇପାରବି । ତୈଳ ରପ୍ତାନୀକାରୀ ୟୁଏଇ ସମେତ ମଧ୍ୟ ପ୍ରାଚୀ ଦେଶଗୁଡ଼ିକ ସେମାନଙ୍କର ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟାନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ । କେବଳ ୟୁଏଇକୁ ଆଜି ଦିନରେ ଭାରତକୁ ୧୮ପ୍ରତିଶତ ଖାଦ୍ୟ ରପ୍ତାନୀ ହେଉଛି । ଏହାକୁକ ୮୦ ପ୍ରତିଶତ କରିବା ପାଇଁ ୟୁଏଇର ରାଜା ଆଗ୍ରହ ପ୍ରକାଶ କରିଛନ୍ତି । ଯଦି ୟୁଏଇକୁ ଆଉ ଦୁଇ ମ ିଲିୟନ ଟନ ଚାଉଳ ରପ୍ତାନୀ କରି ଦିଆଯାଏ ତା ହେଲେ ଓଡ଼ିଆ ଚାଷୀଙ୍କ ରୋଜଗାର ପାଖାପାଖି ଦୁଇଗୁଣ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ୪୦ ହଜାର ଟନ୍ ଚିଙ୍ଗୁଡି ଚାଷ ହେଉଛି ଓ ଏହା ଛଡ଼ା ୨୦ ହଜାର ଟନ ଚିଙ୍ଗୁଡ଼ି ସମୁଦ୍ରରୁ ଉତ୍ପାଦନ ହେଉଛି । ଏହିି ଚିଙ୍ଗୁଡିର ଏକ ପ୍ରମୁଖ ଅଂଶ ଜାପାନ ଓ ଚୀନକୁ ରପ୍ତାନୀ ହୋଇ ସେଠାରେ ପ୍ରକ୍ରୀୟାକରଣ ହୋଇ ଆମେରିକାକୁ ଯାଉଛି । ସିଧାସିଧା ଆମେରିକାକୁ କାହିଁକି ଓଡ଼ିଶାରୁ ରପ୍ତାନୀ କରି ଲଭା ରାଜ୍ୟର ଚାଷୀମାନେ ନେଇ ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛଛନ୍ତି । ଓଡ଼ିଶାରେ ଏକ ଲକ୍ଷ ମେଟ୍ରିକ ଟନ ନଡ଼ାକୁ ଯଦି ସେଲ ଟେକ୍ନୋଲୋଜି ମାଧ୍ୟମରେ ପ୍ରକ୍ରିୟାକରଣ ମାଧ୍ୟମରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ବାହାର କରାଯିବ ତା ହେଲେ ଓଡ଼ିଶୀ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୁଇ ଦିନିଆ କର୍ମଶାଳାରେ ବିଭିନ୍ନ କ୍ଷେତ୍ରରେ ୭୩ ଜଣ ବିଶେଷଜ୍ଞ ଚାଷୀମାନଙ୍କ ସହ ସିଧା କଥା ହୋଇଛନ୍ତି । ଓଡ଼ିଶାକୁ ବିକଶିତ କରିବା ପାଇଁ କୃଷିର ବିକଳ୍ପ ନାହିଁ । ଦେଶ ଓ ବିଦେଶରେ ନୂଆ ଜ୍ଞାନକୌଶଳକୁ ନୂଆ ପୀଢ଼ୀର ଚାଷୀ କ୍ଷେତକୁ ନେବା ପାଇଁ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here