ଏଥର ଭାଜପା ପ୍ରାର୍ଥୀ ହେବେ ବଲିଉଡର ଦୁଇ ଅକ୍ଷୟ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ ଚର୍ଚ୍ଚା ହେଉଛି । ଏଥିରେ ମିଳିଥିବା ସୂଚନାନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର ଚାନ୍ଦିନଚୌକ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି । ଏନେଇ ଭାଜପାର ଶୀର୍ଷ ନେତାମାନେ ଅକ୍ଷୟ କୁମାରଙ୍କ ସହ କଥାମାର୍ତ୍ତା ଚଳାଇଥିବା କୁହାଯାଉଛି । ଏହି ଆସନଟି ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାର ଏଠାରୁ ଦଳ ସାଂସଦ ମୀନାକ୍ଷୀ ଲେଖିଙ୍କ ବଦଳରେ ଅକ୍ଷୟ କୁମାରଙ୍କ ଟିକେଟ ଦେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି ତେବେ ଏ ସଂପର୍କରେ ଦଳର ନେତାମାନେ ସିଧାସଳଖ କିଛି କୁହନ୍ତିନାହିଁ । ପୂର୍ବରୁ ଅକ୍ଷୟ କୁମାର ଏକାଧିକ ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଅନ୍ୟପକ୍ଷରେ ଦିବଙ୍ଗତ ଅଭିନେତା ରାଜନେତା ବିନୋଦ ଖାନ୍ନାଙ୍କ ପୁଅ ତଥା ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଏଥର ନିଜ ପିତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ପଞ୍ଜାବର ଗୁରୁଦାସପୁରରୁ ଭାଜପା ଟିକେଟରେ ଏଥିପାଇଁ ଅକ୍ଷୟ ଖାନ୍ନା ପ୍ରସ୍ତୁତ ଥିବା ବି କୁହାଯାଉଛି ।

ଅଜୟ ଦେବଗନ ହେବେ ଫୁଟବଲ କୋଚ