ଟ୍ୱିଟ କରି ଘାଇଲା କରୁଛନ୍ତି ଜୟ ଓ ନିରଂଜନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଟ୍ୱିଟ ମାଷ୍ଟର ସାଜିଥିବା ଦୁଇ ରାଜନେତା ବୈଜୟନ୍ତ ପଣ୍ଡା ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବେ ପ୍ରତି କଥାରେ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିବା ଦେଖାଯାଉଛି । ଆଜି ଉଭୟ ନେତା ଚାଷୀ ପ୍ରସଙ୍ଗକୁ ନେଇ ଭିନ୍ନଭିନ୍ନ ଘଟଣାବଳୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସରକାରଙ୍କ ଚାଷୀ ବିରୋଧୀ ମନୋଭାବକୁ ପଦାକୁ ଆଣିଛନ୍ତି । ଚାଷୀଙ୍କୁ ନେଇ ସରକାର ଯେଉଁ ଦରଦ ଦେଖାଉଛନ୍ତି ଓ ଦିଲ୍ଲୀରେ ଯାଇ ଆନ୍ଦୋଳନ କରୁଛନ୍ତି ତାହା ଉପରେ ମଧ୍ୟରେ ପ୍ରଶ୍ନ ଛିଡ଼ା କରିଛନ୍ତି ।
ଗତ ୮ ତାରିଖରେ ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଚାଷୀ ଓ ଦଳୀୟ ନେତାଙ୍କୁ ଧରି ଦିଲ୍ଳୀରେ ଧାରଣା ଦେଇଥିଲେ । ଏଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଓ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା ଦାବି ରହିଥିଲା । ଏହାକୁ ଆକ୍ଷେପ କରି ଦୁଇ ନେତା ନିରଂଜନ ଓ ବୈଜୟନ୍ତ କଟାକ୍ଷ କରିଛନ୍ତି ।
ବୈଜୟନ୍ତ ଟ୍ୱିଟ ମାଷ୍ଟର ବୋଲି ବେଶ ଜଣାଶୁଣା । କିନ୍ତୁ ଏଥିରେ ଏବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଡ଼ି ହୋଇଛନ୍ତି । ନିରଂଜନଙ୍କୁ ଏବେ ପ୍ରତି କଥାରେ ଟ୍ୱିଟ କରୁଥିବା ଦେଖାଯାଉଛି । ସରକାରଙ୍କ କୌଣସି କାର୍ଯ୍ୟକ୍ରମକୁ ସେ ସହଜରେ ଛାଡ଼ୁନାହାଁନ୍ତି । ଏପରି କି ଦେଶରେ ଘଟୁଥିବା ଘଟଣାଗୁଡ଼ିକୁ ମଧ୍ୟ ନେଇ ଟ୍ୱିଟ କରୁଛନ୍ତି । ବୈଜୟନ୍ତଙ୍କ ଭଳି ସେ ମଧ୍ୟ ଟ୍ୱିଟ ମାଷ୍ଟର ପାଲଟିଯାଇଥିବା ଆଲୋଚନା ହେଉଛି । ନିରଂଜନ ତାଙ୍କ ଟ୍ୱିଟରେ ଗଂଜାମ ଜିଲ୍ଲାରେ ଖଲ୍ଲିକୋଟ ବ୍ଲକ୍ର ବାଗଲପୁରରେ ଧାନମଣ୍ଡି ଖୋଲା ହେବା ବେଳେ ଧାନକିଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ତେନ୍ତୁଳିଆ ପଂଚାୟତ ସରପଂଚ ଜଣେ ବୟସ୍କ ଲୋକଙ୍କ ସମେତ ୬ ଜଣଙ୍କୁ ମାଡ଼ମାରି ଆହତ କରିଥିଲେ । କାରଣ ଥିଲା ସରପଂଚ ତାଙ୍କ ଧାନ ଆଗେ ବିକିବେ ବୋଲି ଦାବି କରିବାରୁ ଅନ୍ୟମାନେ ବିରୋଧ କରିବା ଦ୍ୱାରା ମାଡ଼ ଖାଇଥିଲେ । ଏହି ଘଟଣାକୁ ନେଇ ପୁଲିସରେ ଏତଲା ହେଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏ ସମ୍ପର୍କିତ ଖବରକୁ ଟ୍ୱିଟରେ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଚାଷୀମାନେ ଏଭଳି ଅତ୍ୟାଚାରର ଶିକାର ହୋଇଥିବା ନେଇ ମତ ଦେଇଛନ୍ତି । ସେ ତାତ୍ସଲ୍ୟ କରି କହିଛନ୍ତି ଚାଷୀଙ୍କ ପାଇଁ ବିଜେଡିର ହେଉଛି ଦୁଇଟି ବାର୍ତ୍ତା । ଯଦି ଋଣ କରିଛ ତାହାହେଲେ ଆତ୍ମହତ୍ୟା କର । ନଚେତ ଯଦି ଧାନର ଉପଯୁକ୍ତ ମୂଲ୍ୟ ଦାବି କରୁଛ ତାହାହେଲେ ମାଡ଼ ଖାଅ । ଏହି ଢ଼ଙ୍ଗରେ ନିରଂଜନ ସମାଲୋଚନା କରିଛନ୍ତି ।
ଅନ୍ୟ ପଟରେ ବୈଜୟନ୍ତ ପଣ୍ଡା ମଧ୍ୟ ମାଲକାନଗିରି ଜିଲ୍ଲାରେ ଚାଷୀଙ୍କ ଧାନ କିଣା ନ ଯିବା ଘଟଣାକୁ ଦର୍ଶାଇ ଟ୍ୱିଟରେ ସମାଲୋଚନା କରିଛନ୍ତି । ମଣ୍ଡିରୁ ଧାନ ନ ଉଠିବାରୁ ମାଲକାନଗିରି ଛକରେ ଧାନବସ୍ତା ରଖି ଚାଷୀ ରାସ୍ତାରୋକ କରିଥିଲେ । ଏଥିରେ ମାଲକାନାଗିରି – ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏହି କଥା ଉଲ୍ଲେଖ କରି ଜୟ ତାଙ୍କ ଟ୍ୱିଟରେ ଆକ୍ଷେପ କରି କହିଛନ୍ତି ଦୁର୍ଭାଗ୍ୟଜନକ ଯେ, ଚାଷୀ ଆମକୁ ଅନ୍ନ ଦେଉଛି ଓ େ ସଥିପାଇଁ ମଧ୍ୟ ସେମାନଙ୍କୁ ଲଢିବାକୁ ପଡୁଛି ଓ ଆନ୍ଦୋଳନ କରିବାକୁ ପଡୁଛି । ଲକ୍ଷ ଲକ୍ଷ ଚାଷୀ ଭୁବନେଶ୍ୱରରେ ଆନ୍ଦୋଳନ କଲେ । ଦିଲ୍ଲୀରେ କୃଷକ ଅଧିକାର ସମାବେଶ କରାଗଲା (ଯଦିଓ କୃଷକଙ୍କ ବିନା), ତଥାପି ଚାଷୀ ଚିନ୍ତାରେ । ଏପରି ଅଣଦେଖାକୁ ସମୁବେଳେ ସେ ନିନ୍ଦା କରି ଆସିଛନ୍ତି ବୋଲି ବୈଜୟନ୍ତ ଦର୍ଶାଇଛନ୍ତି । ଗୋଟିଏ ପଟରେ ସମାଲୋଚନା କଲାବେଳେ ଅନ୍ୟ ପଟରେ ବିଜେଡି ଦିଲ୍ଲୀରେ ଯେଉଁ ଚାଷୀ ସମାବେଶ କରିଥିଲା ବୋଲି କହୁଛି ସେଥିରେ କେହି ଚାଷୀ ନ ଥିଲେ । ଚାଷୀଙ୍କୁ ନ ନେଇ ବିଜେଡି ଚାଷୀ ସମାବେଶ କରିଥିଲା । ଚାଷୀଙ୍କ ପାଇଁ ଏତେ କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି ତଥାପି ଚାଷୀଙ୍କ ଚିନ୍ତା ଦୂର ହେଉନାହିଁ ବୋଲି ସେ ଦର୍ଶାଇଛନ୍ତି ।

ଲୋକେ ଚାହଁଲେ ନିର୍ବାଚନ ଲଢ଼ିବି, ମିଶ୍ରଣକୁ ପୁଣି ଝୁଲାଇଲେ ବୈଜୟନ୍ତ

4 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here