ହତ୍ୟା ନା ଆତ୍ମହତ୍ୟା, ଟିଭି ଚ୍ୟାନେଲ ଆଙ୍କରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା, ପୁରୁଷ ବନ୍ଧୁଙ୍କୁ ପୁଲିସର ପଚରାଉଚରା

ନୂଆଦିଲ୍ଲୀ: ହତ୍ୟା ନା ଆତ୍ମହତ୍ୟା | ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ବର୍ତ୍ତମାନ ସୁଦ୍ଧା ଜାଣି ହେଉନି ଏହା ହତ୍ୟା ନା ଆତ୍ମହତ୍ୟା | ଜଣେ ମହିଳା ସାମ୍ବାଦକଙ୍କୁ ନେଇ ଏପରି ଏକ ଚଞ୍ଚଲ୍ୟ ଘଟଣା ସାମନାକୁ ଆସିଛି ଯାହା ବର୍ତ୍ତମାନ ପ୍ରଯ୍ୟନ୍ତ ସନ୍ଦେହ ଘେରରେ ରହିଛି | ମୃତ ମହିଳା ସାମ୍ବାଦିକ ଜଣଙ୍କ ହେଲେ ରାଧିକା କୌଶିକ | ସୁଚନାରୁପ୍ରକାଶ, ଏକ ନାମୀ ଟେଳିଭିଜନ ନ୍ୟୁଜ ଚ୍ୟାନେଲର ଲୋକପ୍ରିୟ ଆଙ୍କର (ଉପସ୍ଥାପିକା)ଙ୍କ ଶୁକ୍ରବାର ନୋଏଡାସ୍ଥିତ ଏକ ଆପାର୍ଟମେଂଟର ୪ର୍ଥ ମହଲାରୁ ଖସି ମୃତ୍ୟୁ ହୋଇଛି । ଏହି ଘଟଣାଟି ଆଜି ଭୋର ସମୟ ପ୍ରାୟ ୩ଟା ବେଳେ ଘଟିଥିଲା । ଏହି ଘଟଣା ବିଷୟରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ରାଧିକାଙ୍କ ଘର ରାଜସ୍ଥାନର ଜୟପୁରରେ । ସେ ନୋଏଡା ସ୍ଥିତ ସେକ୍ଟର ୭୭ର ଅନ୍ତରୀକ୍ଷ ଆପାର୍ଟମେଣ୍ଟରେ ଏକ ଫ୍ଲାଟ ନେଇ ରହୁଥିଲେ । ଘଟଣା ଦିନ ସେ ତାଙ୍କ ସହଯୋଗୀ ଆଙ୍କର, ରାହୁଲ ଅବସ୍ଥି ମଧ୍ୟ ତାଙ୍କ ସହ ଥିଲେ । ରାହୁଲଙ୍କ କହିବା ଅନୁଯାୟୀ ଘଟଣା ଘଟିବବେଳେ ସେ ବାଥରୁମରେ ଥିଲେ । ପୋଲିସ ରାହୁଲଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅପରପକ୍ଷରେ ରାଧିକାଙ୍କ ଅନ୍ୟ ଜଣେ ସାଥି କର୍ମଚାରୀ କହିଛନ୍ତି ଯେ, ରାଧିକାର ମନୋବଳ ବହୁତ ଦୃଢ । ସେ ଭୁଲରେ ମଧ୍ୟ ଏଭଳି ପଦକ୍ଷେପ ଉଠେଇବା ନାହିଁ । ରାଧିକା ଆତ୍ମହତ୍ୟା କରିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରି କହିଛନ୍ତି ଯେ, ରାଧିକା ବହୁତ ଖୁସମିଜାଜ ଝିଅ ଥିଲେ । ସେ ସମସ୍ତଙ୍କ ସହ ହସଖୁସିରେ ମିଶୁଥିଲେ । ଅଫିସରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ସେ ବହୁତ ଖୁସି ହୋଇ ଭାଗ ନେଉଥିଲେ । ତେବେ ରାଧିକା ନିଜେ ବାଲକନିରୁ ଡେଇଁ ଆତ୍ମହତ୍ୟା କରିନଥିବେ ବୋଲି ସେ ଆଶଙ୍କା କରି ପୋଲିସକୁ କହିଛନ୍ତି । ରାଧିକା ଗୁରୁବାର ଦିନ ସନ୍ଧ୍ୟାରୁ ମାନସିକ ଭାବେ ଚିନ୍ତିତ ଥିଲେ ବୋଲି ସହଯୋଗୀ ଆଙ୍କର ରାହୁଲ ପୋଲିସକୁ କହିଥିଲେ । କିନ୍ତୁ ରାଧିକା ଏଭଳି ଏକ ପଦକ୍ଷେପ ନେବେ ବୋଲି ସେ ଭାବି ନଥିବା କହିଛନ୍ତି । ରାଧିକା ଅତ୍ୟଧିକ ଟେନସନରେ ଥିବା ଦେଖି ରାହୁଲ ତାଙ୍କୁ ବୁଝାଇବା ପାଇଁ ନିଜ ଘରକୁ ନଯାଇ ରାଧିକାଙ୍କ ପାଖେ ହିଁ ରହିଯାଇଥିଲେ । ପୋଲିସ ରାହୁଲଙ୍କ ଅଟକାର ପଚରା ଉଚରା ଜାରୀ ରଖିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ କେବଳ ସନ୍ଦେହ କରାଯାଉଛି ଯେ କିପରି ଏବଂ କାହିଁକି ସେ ଏପରି ପଦକ୍ଷେପ ନେଇଛନ୍ତି |

ସୁରକ୍ଷା ବାହିନୀ ଏନକାଉଣ୍ଟରରେ ପ୍ରାଣ ହରାଇଲେ ଏହି ବଲିଉଡ ଅଭିନେତା, ଦେଖନ୍ତୁ କିଏ ସେ …..