ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ଟ୍ୟୁସନ ସାର ଫେରାର୍

ଜଳେଶ୍ୱର: ପୁଣି ରାଜ୍ୟରେ ଘଟିଛି ଏକ ଲଜ୍ଜ୍ୟଜନକ ଘଟଣା | ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍‌ ସାର୍‌ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣଙ୍କୁ ଉକ୍ତ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ । ସୂଚନାନୁଯାୟୀ, ପୀଡିତା ଜଣଙ୍କ ସବୁଦିନ ଟ୍ୟୁସନ୍‌ ହେବା ପାଇଁ ସାର୍‌ଙ୍କ ଘରକୁ ଯାଆନ୍ତି । କିନ୍ତୁ ଗତ ୩ରୁ୪ ଦିନ ହେଲା ଛାତ୍ରୀ ଜଣକ ଟ୍ୟୁସନ୍‌ ଯାଉନଥିଲେ । ମାଆ ଯେତେ ତାଗିଦ୍‌ କଲେ ମଧ୍ୟ ସେ ଯିବାକୁ ରାଜି ହେଉନଥିଲେ । ହେଲେ ଘରେ ବାଧ୍ୟ କରିବାରୁ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ । ଝିଅଟିର କହିବା ଅନୁଯାୟୀ, ୩ରୁ ୪ ଦିନ ତଳେ ସେ ଟ୍ୟୁସନ୍‌ ଯାଇଥିଲେ । ସେଦିନ ତାଙ୍କ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଛାତ୍ରୀଙ୍କୁ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିଅଠାରୁ ସବୁ କଥା ଶୁଣିବା ପରେ ମାଆ ଏନେଇ ଗତକାଲି ରାତିରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଘଟାଇବା ପରେ ଟ୍ୟୁସନ୍‌ ସାର୍‌ ଫେରାର ହୋଇଯାଇଛନ୍ତି । ତେବେ ଜଣେ ଗୁରୁ ହୋଇ ଏପରି ନିନ୍ଦନୀୟ କାଣ୍ଡ କରିବା ଏବଂ ଏପରି ଲଜ୍ଜ୍ୟଜନକ କାଣ୍ଡ କରି ଫେରାର ହୋଇଯିବାକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି |

ପୁଣି ଜଣେ ନାବାଳିକାକୁ ଦୁର୍ଷ୍କମ: ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର