ଟ୍ରକ ଦୁର୍ଘଟଣାରେ ୧ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟସ୍ଥ ଜାତୀୟରାଜପଥରେ ଟ୍ରକ ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଆଗ ପଛ ହୋଇ ୩ଟି ଟ୍ରକ ଯାଉଥିବା ଅବସ୍ଥାରେ ଧକ୍କା ହୋଇଥିଲା ।
ଖବର ନେବାରୁ ଜଣାପଡ଼ିଛି ଯେ, ସିମୁଳିଆ ନିକଟ ଜାତୀୟ ରାଜପଥରେ ଆଗପଛ ହୋଇ ୩ଟି ଟ୍ରକ ଯାଉଥିବା ସମୟରେ ଆଗରେ ଯାଉଥିବା ଟ୍ରକ ବ୍ରେକ ମାରିବାରୁ ପୁରସ୍ପରକୁ ବାଡେଇ ହୋଇ ମଝିରେ ଥିବା ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଟ୍ରକକୁ ପିଟିଲା ସ୍କର୍ପିଓ, ଦୁଇ ମୃତ ଜଣେ ଗୁରୁତର